ଆଫଗାନିସ୍ତାନ ବିରୋଧରେ ପାକର ଅପରେସନ୍ ‘ଗଜବ ଲିଲ୍-ହକ୍’
ପାକିସ୍ତାନର ଏକ ଏଫ୍-୧୬ ଯୁଦ୍ଧବିମାନ ଖସାଇଦେଇଛୁ : ତାଲିବାନ
ଜନବାଦ,
୨୭ ।୨ : ଶୁକ୍ରବାର ସକାଳୁ ଆଫଗାନିସ୍ତାନ ବିପକ୍ଷରେ ପାକିସ୍ତାନ ଆରମ୍ଭ କରିଛି ଅପରେସନ୍ ‘ଗଜବ୍ ଲିଲ୍-ହକ୍’ । ଏହି କ୍ରମରେ ଶୁକ୍ରବାର ପାକିସ୍ତାନ ବାୟୁେିସନା ପକ୍ଷରୁ ଆଫଗାନିସ୍ତାନର କାବୁଲ, କାନ୍ଦହାର ସହର ଉପରେ ପ୍ରାୟ ୨ ଘଂଟାରୁ ଅଧିକ ସମୟ ଧରି ପ୍ରଚଣ୍ଡ ଏୟାର ଷ୍ଟ୍ରାଇକ୍ କରାଯାଇଛି ।
ଏଥିରେ ୫୮ରୁ ଅଧିକ ତାଲିବାନ ଯୋଦ୍ଧା ନିହତ ହେବା ସହ ଶତାଧିକ ଆହତ ହୋଇଛନ୍ତି ଓ ୧୨ରୁ ଅଧିକ ଆଫଗାନିସ୍ତାନ ପୋଷ୍ଟ ଧ୍ୱଂସ ହୋଇଥିବା ପାକିସ୍ତାନ ଦାବି କରିଛି ।
ତେବେ ଗତ ଗୁରୁବାର ଆଫଗାନିସ୍ତାନର ତାଲିବାନ ଯୋଦ୍ଧାମାନେ ଡୁରାଣ୍ଡ ଲାଇନରେ ଥିବା ପାକ୍ ସେନା ଘାଟି ଉପରେ ତାଲିବାନ ଯୋଦ୍ଧାମାନେ ଆକ୍ରମଣ କରିଥିଲେ । ଏଥିରେ ପ୍ରାୟ ୧୯ଟି ପାକିସ୍ତାନୀ ସେନା ପୋଷ୍ଟ ଧ୍ୱଂସ ହେବା ସହ ୫୦ରୁ ଅଧିକ ପାକ୍ ସେନା ନିହତ ହୋଇଥିଲେ ।
ଏହାର ଜବାବରେ ପାକ ପ୍ରତିରକ୍ଷାମନ୍ତ୍ରୀ ଖ୍ୱାଜା ଆସିଫଙ୍କ ନିର୍ଦେଶକ୍ରମେ ଶୁକ୍ରବାର ସକାଳୁ ପାକ୍ ବାୟୁସେନା ଆଫଗାନିସ୍ତାନର କାବୁଲ ଓ କାନ୍ଦହାର ସମେତ କାବୁଲ, ପାକତିଆ ଓ କାନ୍ଦହାରରେ ଥିବା ତାଲିବାନ ଆଡ୍ଡାଗୁଡ଼ିକୁ ପାକ୍ ବାୟୁସେନା ଏୟାର ଷ୍ଟ୍ରାଇକ୍ କରି ଧ୍ୱଂସ କରିଦେଇଛି ବୋଲି ଦାବି କରିଛି ।
ଅନ୍ୟପଟେ ପାକିସ୍ତାନର ଏକ ଏଫ୍-୧୬ ଯୁଦ୍ଧବିମାନ ଆଫଗାନିସ୍ତାନ ଗୁଳି କରି ଖସାଇ ଦେଇଥିବା ଦାବି କରିଛି ।