କଲକାତାରେ ମୃଦୁ ଭୂମିକମ୍ପ
ଶୁକ୍ରବାର ଅପରାହ୍ନରେ କଲକାତା ସହ ପଶ୍ଚିମବଙ୍ଗର ବିଭିନ୍ନ ଅଂଚଳରେ ମୃଦୁ ଭୂମିକମ୍ପ ହେବାଦ୍ୱାରା ସାଧାରଣଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଶୁକ୍ରବାର ଅପରାହ୍ନ ୧ଟା ୨୨ମିନିଟ୍ରେ ଉତର ୨୪ପ୍ରଗଣାର ହାୱଡ଼ା, ବାରାସାତ ଭଳମ ଇଲାକାରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା ।
ଏହା ବ୍ୟତୀତ ଦକ୍ଷିଣ ୨୪ପ୍ରଗଣା, ହାୱଡ଼ା, ହୁଗୁଳି ଭଳି ଜିଲାରେ ଏହି ଭୂମିକମ୍ପର ପ୍ରଭାବ ଦେଖା ଦେଇଥିଲା । ରେକ୍ଟର ସ୍କେଲ ଅନୁସାରେ ଭୂମିକମ୍ପର ମାତ୍ରା ୫.୫ ଥିଲା । ବିଶେଷଜ୍ଞଙ୍କ ମତରେ ଏହି ଭୂମିକମ୍ପଦ୍ୱାରା ମହାନଗରୀ କଲକାତା ଏକ ଭୟାବହ ବିପର୍ଯ୍ୟୟରୁ ରକ୍ଷା ପାଇଯାଇଛି ।
ସାଧାରଣ ଲୋକ ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଥିଲେ । ତେବେ ଭୂମିକମ୍ପର ଉତ୍ପତିସ୍ଥଳ ବାଂଲାଦେଶ ଥିଲା ବୋଲି କୁହାଯାଇଛି । ଏହି ଭୂମିକମ୍ପ ଯୋଗୁଁ ବିଶେଷ କ୍ଷୟକ୍ଷତି ଘଟି ନଥିଲେ ସୁଦ୍ଧା କଲକାତାର ଗଣେଶ ଚନ୍ଦ୍ର ଏଭିନ୍ୟୁ ଓ ଉ.୨୪ପ୍ରଗଣାର ମିନାଖାଁର କିଛି ଘରେ ଫାଟ ସୃଷ୍ଟି ହୋଇଥିବା ଜଣାପଡ଼ିଛି, ତେବେ ମୃତାହତ ଘଟଣାର କୌଣସି ଖବର ମିଳିପାରି ନାହିଁ ।