ଦୁବାଇର ତୈଳ ସଂରକ୍ଷଣ ଷ୍ଟୋରେଜ ଉପରେ ଇରାନର ଡ୍ରୋନ ମାଡ଼
ହୁ ହୁ ହୋଇ ଜଳୁଛି ୟୁଏଇ
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଘମାସାନ ଯୁଦ୍ଧ ଚାଲିଛି । ଏହା ପ୍ରାୟ ୨ ସପ୍ତାହ ଉପରୁ ଅଧିକ ସମୟ ବିତିସାରିଲାଣି । ନା ଇରାନ ଝୁଂକୁଛି ନା’ ଆାମେରିକା ଥକୁଛି । କିନ୍ତୁ ଏହାର ପରିଣାମ ଭୋଗୁଛନ୍ତି ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), କୁଏତ, କଟାର, ଜୋର୍ଡାନ ଏବଂ ବାହାରିନ ।
ତେବେ ରକ୍ତମୁଖା ଇରାନ ତା’ର ସବୁଠାରୁ ଅଧିକ ମିସାଇଲ ଓ ଡ୍ରୋନ ଆକ୍ରମଣ ଦୁବାଇ ଉପରେ ଜାରି ରଖିଛି । ଏଯାବତ ଦୁବାଇର ବୁର୍ଜ ଖଲିଫା ସମେତ ଅନେକ ସହର ଓ ବିମାନ ବନ୍ଦର ଇରାନର କ୍ଷେପଣାସ୍ତ୍ର ମାଡ଼ରେ ଧ୍ୱଂସ ବିଧ୍ୱଂସ ହୋଇଯାଇଛି ।
ସୋମବାର ଇରାନ ଦୁବାଇର ଏକ ତୈଳ ସଂରକ୍ଷଣ ଷ୍ଟୋରେଜ ଉପରେ ଆକମ୍ରଣ କରିବାରୁ ତାହା ହୁ ହୁ ହୋଇ ଜଳୁଥିବାବେଳେ ଆକାଶକୁ ମୋଟ କଳା ଧୂଅାଁ ଉଠି ଅଂଚଳକୁ ଆଚ୍ଛାଦିତ କରୁଛି ।
ଅନ୍ୟପଟେ ୟୁଏଇ ଉପରେ ଇରାନର ଆକ୍ରମଣର ଅନେକଗୁଡ଼ିଏ କାରଣ ରହିଛି । କାରଣ ନଂ୧. ହେଉଛି ଭୌଗୋଳିକ ପରିସ୍ଥିତି । ଇରାନ ଠାରୁ ଜଳପଥରେ ୟୁଏଇର ଦୂରତା ମାତ୍ର ୧୦୦ କି.ମି. । ଏଣୁ ଦୁବାଇ ଉପରେ ସହଜରେ ଇରାନ ତା’ର କ୍ଷେପଣାସ୍ତ୍ର ଓ ଡ୍ରୋନ ମାଡ଼ ମାରିପାରୁଛି ।
ଦ୍ୱିତୀୟ ହେଉଛି କୂଟନୈତିକ କାରଣ । ଗତ ବର୍ଷ ୟୁଏଇ ଆମେରିକାର ତା’ର ସବୁଠାରୁ ପସନ୍ଦଯୋଗ୍ୟ ରାଷ୍ଟ୍ର ଘୋଷଣା କରିବା ସହ ସେଠାରେ ନିଜର ବାୟୁସେନା ମୁତୟନ କରିଥିଲା । ତେଣୁ ୟୁଏଇ ଉପରେ ଆକ୍ରମଣ କରି ଇରାନ ତା’ର ପ୍ରତିଶୋଧ ନେଉଛି ।
ତୃତୀୟ ହେଉଛି ୟୁଏଇର ଦୁବାଇ ବିଶ୍ୱର ସବୁଠାରୁ ଦାମୀନାମୀ ସହର । ଏଠାରେ ଶତାଧିକ ବିଦେଶୀ କମ୍ପାନୀର କାର୍ଯ୍ୟାଳୟ ରହିବା ସହ ଅରବପତିମାନେ ରହୁଛନ୍ତି । ଏଥିସହ ବିଶ୍ୱର ପର୍ଯ୍ୟଟକମାନଙ୍କ ପାଇଁ ଦୁବାଇ ସବୁଠାରୁ ଅଧିକ ଆକର୍ଷଣୀୟ ସ୍ଥାନ ।
ବର୍ଷ ତମାମ ଦୁବାଇରେ ବିଦେଶୀ ପର୍ଯ୍ୟଟକଙ୍କ ସମାଗମ ଲାଗି ରହିଥାଏ ।
ଏଣୁ ଦୁବାଇ ଉପରେ ଆକ୍ରମଣ କରି ଇରାନ ଏହାର ଅର୍ଥନୈତିକ ସ୍ଥିତିକୁ ଦୋହଲାଇ ଦେଇଛି ।
କାରଣ ଯେବେଠାରୁ ଇରାନ ଏହା ଉପରେ ଆକ୍ରମଣ କରିଛି ସେବେଠାରୁ ସେଠାରେ ଥିବା ସପିଂ ମଲ୍ ,ହୋଟେଲ ଓ ରେଷ୍ଟୁରାଂଟଗୁଡ଼ିକ ଖାଲି ପଡ଼ିଛି । ବାହାର ପର୍ଯ୍ୟଟକଙ୍କ କଥା ତ ଛାଡ଼ନ୍ତୁ ଦେଶ ଭିତରର ଲୋକେ ମଧ୍ୟ ଆଉ ସେଭଳି ଏହି ସହରକୁ ଆଉ ଆସୁନାହାନ୍ତି ।