ବିଶ୍ୱକୁ ତେଲ ଚିନ୍ତା : ଷ୍ରେଟ୍ ଅଫ୍ ହରମୁଜ ବନ୍ଦ !
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଯୁଦ୍ଧ କ୍ରମେ ତୀବ୍ରରୁ ଅତି ତୀବ୍ର ହେବାରେ ଲାଗିଛି । ଏହି କ୍ରମରେ ସୋମବାର ଇରାନ ପକ୍ଷରୁ ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶରେ ଥିବା ୯ଟି ସୈନ୍ୟ ଘାଟି ଉପରେ ପ୍ରଚଣ୍ଡ ଭାବେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିବାବେଳେ ସାଉଦି ଆରବର ବୃହତମ ତୈଳ ବିଶୋଧନାଗାର ଉପରେ ଡ୍ରୋନ୍ ଆକ୍ରମଣ କରାରଯାଇଥିଲା ।
ଫଳରେ ଆରାମ୍କୋ ନାମକ ଏହି ବିଶୋଧାନାଗାର ବନ୍ଦ ରହିଛି । ରାସ୍ ତନୁରା ନାମକ କମ୍ପାନୀ ଏହି ବିଶୋଧନାଗାରର ମାଲିକାନାସତ୍ୱ ହାସଲ କରିଥିବାବେଳେ ଏଠାରେ ଦୈନିକ ୫ ଲକ୍ଷରୁ ଊଦ୍ଧ୍ୱର୍ ବ୍ୟାରେଲ୍ ତୈଳ ଉତ୍ପାଦିତ ହୋଇ ଏସିଆ ଓ ୟୁରୋପର ଏକାଧିକ ରାଷ୍ଟ୍ରକୁ ତୈଳ ରପ୍ତାନୀ କରାଯାଇଥାଏ । ଏହା ଉପରେ ସୋମବାର ଇରାନ ପକ୍ଷରୁ ୨ଟି ଡ୍ରୋନ ମାଡ଼ ହେବା ପରେ ଏଠାରେ ନିଅାଁ ଲାଗିଯାଇଥିଲା । ପରେ ନିଅାଁକୁ ଆୟତ କରାଯାଇଥିଲା । ସେହିପରି ଇରାନ ପକ୍ଷରୁ ବର୍ତମାନ ମଧ୍ୟପ୍ରାଚ୍ୟରେ ଥିବା ଏକାଧିକ ତୈଳ ଡିପୋଗୁଡ଼ିକୁ ଟାର୍ଗେଟ କରାଯାଉଛି । ଏହି ପରିପ୍ରେକ୍ଷୀରେ ଇରାକ, କୁଏତ ଓ ଅନ୍ୟ କେତେକ ରାଷ୍ଟ୍ର ସେମାନଙ୍କ ତୈଳ ଡିପୋକୁ ସାମୟିକ ବନ୍ଦ କରିଦେଇଛନ୍ତି ।
ଫଳରେ ସମଗ୍ର ବିଶ୍ୱରେ ତେଲକୁ ନେଇ ଚିନ୍ତା ବଢ଼ିଯାଇଛି । ଏଥିସହ ରାତାରାତି ଅଶୋଦ୍ଧିତ ତୈଳର ଦର ବଢ଼ିବା ସହିତ ପେଟ୍ରୋଲ ଓ ଡିଜେଲ୍ର ଦର ମଧ୍ୟ ଉପରମୁହାଁ ହେବାକୁ ଆରମ୍ଭ କରିଛି । ତେଣେ ନିଜର ସର୍ବୋଚ ନେତା ଆୟୋତୋଲ୍ଲା ଅଲି ଖାମେନେଇଙ୍କୁ ହରାଇବା ପରେ ଇରାନ ଅଧିକ ପ୍ରତିଶୋଧପରାୟଣ ହୋଇପଡ଼ିଛି । ଇରାନ ଏବଂ ଓମାନର ମଝିରେ ଥିବା ୩୩ କି.ମି. ଓସାରର ଷ୍ଟ୍ରେଟ୍ ଅଫ୍ ହୋରମୁଜକୁ ବନ୍ଦ କରିଦେଇଛି ।
ଫଳରେ ଏଠାରୁ କୌଣସି ଜଳ ଜାହାଜ ତୈଳ ପରିବହନ କରିପାରିବ ନାହିଁ । ଖାଲି ସେତିକି ନୁହେଁ ଯଦି କୌଣସି ଦେଶର ଜଳ ଜାହାଜ ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇ ତୈଳ ନେଇ ପରିବହନ କରିବାକୁ ଚେଷ୍ଟା କରେ ତ’ହେଲେ ତାକୁ କ୍ଷେପଣାସ୍ତ୍ର ମାଡ଼ କରି ଧ୍ୱଂସ କରିଦିଆଯିବ ବୋଲି ଇରାନ ଚେତାଇ ଦେଇଛି ।