ଭିଜିଲାନ୍ସ ପଞ୍ଝାରେ ଖଣି ଉପନିର୍ଦେଶକ
ଗୁରୁବାର ୨୫ ତାରିଖ ଓଡ଼ିଶା ଭିଜିଲାନ୍ସ ବିଭାଗକୁ ମିଳିଛି ବଡ଼ ସଫଳତା ।
ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ଖଣି ଉପନିର୍ଦେଶକ ଦେବବ୍ରତ ମହାନ୍ତି । ଦେବବ୍ରତଙ୍କ କାର୍ଯ୍ୟାଳୟ ସମେତ କଟକ, ଭୁବନେଶ୍ୱର ଓ ଭଦ୍ରକରେ ଥିବା ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଅଧିକାରୀ ଚଢ଼ଉ କରିଛନ୍ତି ।
ଏହି ଚଢ଼ଉବେଳେ ଦେବବ୍ରତଙ୍କ ଘରୁ ପୁଳା ପୁଳା ଟଙ୍କା, ସୁନା ଜବତ ହୋଇଛି ।