ମଣ୍ଡି ନିର୍ଯାତନା ନେଲା ଚାଷୀଙ୍କ ଜୀବନ
ମଣ୍ଡି ନିର୍ଯାତନା ଚାଷୀଙ୍କୁ ଅସହ୍ୟ ହେଲାଣି । ଏଭଳି ଏକ ନିର୍ଯାତନାରେ ଜଣେ ଚାଷୀ ଆଖି ବୁୂଜିଛନ୍ତି ।
ସେ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲାର ରାଜନଗର ବ୍ଲକ୍ ଜୁଣଗଡିÿ ଗ୍ରାମର ତ୍ରିଲୋଚନ । ତାଙ୍କ ମୋବାଇଲ ଯୋଗେ ଧାନ ବିକିବାକୁ ମେସେଜ ଆସିବା ପରେ ସେ ଦୀର୍ଘ ୪୦ ଦିନ ଧରି ସମବାୟ ସମିତିକୁ ଧାନ ବିକି୍ର ପାଇଁ ଦୌଡ଼ିଥିଲେ ।
ଧାନ ବିକିବା ନିମନ୍ତେ ସେ ୩ ଦିନ ଧରି ରାମଚଣ୍ଡୀ ମିଲର ନିକଟରେ ଧାନ ନେଇ ଭୋକ ଓପାସରେ ବସି ରହିଥିଲେ । ମଣ୍ଡିରେ ସେ ଧାନ ବିକିବାକୁ ସେ ମିଲରଙ୍କୁ କୁଇଂଟାଲ ପିଛା ୬ କିଲୋ ସହ ଆଉ ୩ କୁଇଂଟାଲ ଧାନ ଦେଇଥିଲେ ।
ତେବେ ମିଲର ଓ ସମବାୟ ସମିତି ସମ୍ପାଦକଙ୍କ ଅବହେଳା ଯୋଗୁଁ ତ୍ରିଲୋଚନଙ୍କ ଧାନ ବିକ୍ରି ହେଲା ନାହିଁ । ଏଥିରେ ସେ ଭାଙ୍ଗିପଡ଼ିଥିଲେ । ଧାନ ଅନ୍ଲୋଡ୍ ପାଇଁ ୩ ହଜାର ଟଙ୍କା ଦେବା ସତ୍ୱେ ମିଲର ତାଙ୍କ ଧାନ ଉଠାଇନଥିଲେ ।
ଏଥିରେ ସେ ହତାଶ ହୋଇ ବୁଧବାର ଘରକୁ ଫେରିଥିବାବେଳେ ଗୁରୁବାର ତ୍ରିଲୋଚନଙ୍କ ମୃତୁ୍ୟ ଘଟିଛି । ତେବେ ଏଥିପାଇଁ ମିଲର ଓ ସମବାୟ ସମିତି ସମ୍ପାଦକଙ୍କୁ ମୃତ ତି୍ରଲୋଚନଙ୍କ ପରିବାର ଦାୟୀ କରିଛନ୍ତି ।
ତେବେ ଏହି ଘଟଣାର ତଦନ୍ତ ପାଇଁ କେନ୍ଦ୍ରାପଡ଼ା ଜିଲାପାଳ ନିର୍ଦେଶ ଦେଇଛନ୍ତି ।