ରୋମାଞ୍ଚକର ମୁକାବିଲାରେ ଇଂଲଣ୍ଡ ଠାରୁ ୪ ରନ୍ରେ ହାରିଲା ନେପାଳ; ଏମିତି ବଦଳିଗଲା ମ୍ୟାଚ୍
ମୁମ୍ବାଇ: ଟି-ଟ୍ଵେଣ୍ଟି ବିଶ୍ଵକପ୍ ୨୦୨୬ର ପଞ୍ଚମ ମୁକାବିଲା ଇଂଲଣ୍ଡ ଓ ନେପାଳ ମଧ୍ୟରେ ଖଳା ଯାଇଛି । ଏହି ରୋମାଞ୍ଚକର ମ୍ୟାଚ୍କୁ ଇଂଲଣ୍ଡ ଦଳ ମାତ୍ର ୪ ରନ୍ରେ ଜିତି ନେଇଛି । ଶେଷ ବଲ୍ ପର୍ଯ୍ୟନ୍ତ ଏହି ମ୍ୟାଚ୍ ଖେଳା ଯାଇଛି । ପ୍ରଥମେ ଇଂଲଣ୍ଡ ଟସ୍ ଜିତି ବ୍ୟାଟିଂ କରିଥିଲା । ୨୦ ଓଭର୍ରେ ଇଂଲଣ୍ଡ ୭ ୱିକେଟ୍ ହରାଇ କରିଥିଲା ୧୮୪ ରନ୍ ।
୧୮୫ ରନ୍ର ବିଜୟ ଲକ୍ଷ୍ୟର ପିଛ କରି ନେପାଳ ଶେଷ ବଲ୍ ଯାଏ ଲଢ଼ିଥିଲା । ଆଉ ମାତ୍ର ୪ ରନ୍ରେ ଇଂଲଣ୍ଡ ଠାରୁ ପରାଜୟ ବରଣ କରିଛି । ଶେଷ ଦୁଇ ଓଭର ଅର୍ଥାତ୍ ଅନ୍ତିମ ୧୨ ବଲ୍ରେ ବିଜୟ ପାଇଁ ନେପାଳକୁ ଆଉ ୨୪ ରନ୍ର ଆବଶ୍ୟକତା ରହିଥିଲା ।
ଏଥିସହ ପଢ଼ନ୍ତୁ: ବୟକଟ୍ ନିଷ୍ପତ୍ତିରୁ ଓହରିବ କି ପାକିସ୍ତାନ ? PCB ଓ ICC ମଧ୍ୟରେ ଚାଲିଛି ଆଲୋଚନା
୧୯ ଓଭର୍ରେ ଉଡ୍ଙ୍କ ପ୍ରଥମ ବଲ୍ରେ ଚଉକା ପରେ ଲଗାତାର ୨ଟି ୱାଇଡ୍ ପଡ଼ିଥିଲା । ଦ୍ଵିତୀୟ ବଲ୍ରେ କୌଣସି ରନ୍ ହୋଇଥିବା ବେଳେ ତୃତୀୟ ବଲ୍ରେ ଚଉକା ମାରିଥିଲେ ଲୋକେଶ । ଏହାପରେ ୱାଇଡ୍ ପରେ ଚତୁର୍ଥ ବଲ୍ରେ ୨ ରନ୍, ପଞ୍ଚମ ବଲ୍ରେ ଏକ ରନ୍ ଓ ଶେଷ ବଲ୍ରେ ଆଉଟ୍ ହୋଇଥିଲେ ଗୁଲଶନ । ଅର୍ଥାତ୍ ଶେଷ ଓଭର୍ରେ ନେପାଳକୁ ୧୦ ରନ୍ ଆବଶ୍ୟକତା ଥିଲା ।
୨୦ତମ ଓଭର୍ର ପ୍ରଥମ ବଲ୍ରେ କୌଣସି ରନ୍ ହୋଇନଥିଲା । ଦ୍ଵିତୀୟ ବଲ୍ରେ ଏକ ରନ୍ ପରେ ତୃତୀୟ ବଲ୍ରେ ୧ ରନ୍, ଚତୁର୍ଥ ବଲ୍ରେ ୨ ରନ୍ ହୋଇଥିଲା । ଶେଷ ୨ ବଲ୍ରେ ୬ ରନ୍ ଆବଶ୍ୟକତା ଥିଲା । ପଞ୍ଚମ ବଲ୍ରେ କୌଣସି ରନ୍ ହୋଇନଥିବା ବେଳେ ଶେଷ ବଲ୍ରେ ୬ ରନ୍ ଲୋଡ଼ା ଥିଲା । କିନ୍ତୁ ଲୋକେଶ ଶେଷ ବଲ୍ରେ ମାତ୍ର ୬ ରନ୍ କରିଥିଲେ । ଫଳରେ ଇଂଲଣ୍ଡ ମୁକାବିଲାକୁ ୪ ରନ୍ରେ ଜିତି ନେଇଛି ।
୧୮୫ ରନ୍ର ପିଛା କରି ବ୍ୟାଟିଂ କରୁଥିବା ନେପାଳର ଆରମ୍ଭ ଭଲ ଥିଲା । ଚତୁର୍ଥ ଓଭର୍ରେ ଖସିଥିଲା ନେପାଳର ପ୍ରଥମ ୱିକେଟ୍ । ଦଳୀୟ ସ୍କୋର୍ ୨୭ ହୋଇଥିବା ବେଳେ ଆଉଟ୍ ହୋଇଥିଲେ ଆଶିଫ୍ । ଏହାପରେ ଦଳୀୟ ସ୍କୋର୍ ୪୨ ରନ୍ରେ କୁଶଳଙ୍କ ୱିକେଟ୍ ଖସିଥିଲା ।
ଏଥିସହ ପଢ଼ନ୍ତୁ: ଟସ୍ ପୂର୍ବରୁ ପଡ଼ିଆରେ ଡ୍ରାମା, ସୂର୍ଯ୍ୟଙ୍କୁ ରୋହିତ କହିଲେ —“ତୁମେ ପାଗଳ କି?”
ଏହାପରେ ରୋହିତ ପୋଡଲ ଓ ଦୀପେନ୍ଦ୍ର ସିଂ ପାଳି ସମ୍ଭାଳିଥିଲେ । ୧୨ ଓଭର୍ରେ ନେପାଳର ଦଲୀୟ ସ୍କୋର୍ ୧୦୦ ପାର୍ କରିଥିଲା । ଏହାପରେ ୧୫ତମ ଓଭରର୍ ଦଳୀୟ ସ୍କୋର୍ ୧୨୪ ରନ୍ ହୋଇଥିବା ବେଳେ ଆଉଟ୍ ହୋଇଥିଲେ ଦୀପେନ୍ଦ୍ର । ୧୬ତମ ଓଭର୍ରେ ରୋହିତ ଆଉଟ୍ ହେବା ବେଳକୁ ନେପାଳ କରିଥିଲା ୧୨୫ ରନ୍ ।
ଦଳୀୟ ସ୍କୋର୍ ୧୪୬ରେ ଆରିଫ୍ ଆଉଟ୍ ହୋଇଥିଲେ । ଏହାପରେ ମ୍ୟାଚ୍ର ରୋମାଞ୍ଚ କମି ନଥିଲା । ଲୋକେଶ ମୋର୍ଚ୍ଚା ସମ୍ଭାଳିଥିଲେ । ୧୮ତମ ଓଭରରେ ଜୋଫ୍ରା ଦୁଇଟି ଛକା ମାରିଥିଲେ । ଶେଷ ୨ ଓଭର୍ରେ ନେପାଳକୁ ଆଉ ମାତ୍ର ୨୪ ରନ୍ ଆବଶ୍ୟକତା ରହିଥିଲା ।