ସିରାଜଙ୍କ ବଡ଼ ବୟାନ, ଟି-୨୦ ବିଶ୍ବକପ୍ ଖେଳିବାକୁ ମୋତେ ଫୋନ୍ କରିଥିଲେ ଓଡ଼ିଆ ପୁଅ
୨୦୨୬ ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଆମେରିକାକୁ ୨୯ ରନ୍ରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଆରମ୍ଭରୁ ବ୍ୟାକଫୁଟରେ ରହିଥିଲା ଭାରତ । କିନ୍ତୁ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଅପରାଜିତ ୮୪ ରନ୍ର ଇନିଂସ ଟିମ୍ ଇଣ୍ଡିଆକୁ ଏକ କଷ୍ଟକର ପରିସ୍ଥିତିରୁ ଉଦ୍ଧାର କରିଥିଲେ । ସେହିପରି ବୋଲିଂ ମହମ୍ମଦ ସିରାଜ ୩ଟି ଓ୍ବିକେଟ୍ ନେଇ USA ହାତରୁ ବିଜୟ ଛଡ଼ାଇ ଆଣିଥିଲେ । ସିରାଜ ଟି-୨୦ ବିଶ୍ୱକପ୍ର ମୁଖ୍ୟ ଦଳରେ ନଥିଲେ, କିନ୍ତୁ ହର୍ଷିତ ରାଣା ଆହତ ହେବା ପରେ ତାଙ୍କୁ ଅପ୍ରତ୍ୟାଶିତ ଭାବରେ ଦଳରେ ସାମିଲ କରାଯାଇଥିଲା । ବିଶ୍ବକପ୍ ଆରମ୍ଭ ହେବାର ୨୪ ଘଣ୍ଟା ପୂର୍ବରୁ ହିଁ ତାଙ୍କୁ ଦଳରେ ସାମିଲ କରାଯାଇଥିଲା । ଆଉ ଆମେରିକା ବିପକ୍ଷରେ ଖେଳିବାର ସୁଯୋଗ ମିଳିଥିଲା ଏବଂ ସେ ଜଣେ ମ୍ୟାଚ୍-ବିଜେତା ପ୍ରମାଣିତ ହୋଇଥିଲେ । ମ୍ୟାଚ୍ ପରେ ସିରାଜ ଦଳକୁ ଆସିବାକୁ ନେଇ ଏକ ମଜାଦାର କାହାଣୀ ସେୟାର କରିଛନ୍ତି ।
ମହମ୍ମଦ ସିରାଜ କହିଛନ୍ତି, “ମୁଁ ମାତ୍ର ୨୪ ଘଣ୍ଟା ପୂର୍ବରୁ ଜାଣିଲି ଏବଂ ଯେତେବେଳେ ମୁଁ ବିମାନରେ ଥିଲି, ମୋତେ ଏହା ଏକ ସ୍ୱପ୍ନ ପରି ଲାଗିଲା କାରଣ ମୁଁ ଭାବି ନଥିଲି ଯେ ମୁଁ ବିଶ୍ୱକପରେ ଖେଳିବି । ଟି-୨୦ ବିଶ୍ବକପ୍କୁ ନେଇ ଗତ ଏକ ବର୍ଷ ଧରି ଯୋଜନା ଚାଲିଥିଲା । ମୁଁ ଟି-୨୦ ଖେଳୁ ନଥିଲି, ତେଣୁ ମୁଁ ଜାଣିଥିଲି ଯେ ମୁଁ ଏହି ବିଶ୍ୱକପରେ ଖେଳିବି ନାହିଁ । କିନ୍ତୁ ଭଗବାନ ମୋର ଭାଗ୍ୟକୁ ସମ୍ପୂର୍ଣ୍ଣ ବଦଳାଇ ଦେଲେ । ୨୪ ଘଣ୍ଟା ପୂର୍ବରୁ, ମୁଁ ମୋ ପରିବାର ସହିତ ଥିଲି। ମୋତେ ଏକ ମେସେଜ ଆସିଥିଲା ଯେ ‘ତୁମର ଯୋଜନା କ’ଣ?’ ମୁଁ କହିଲି, ‘ମୋତେ ହଇରାଣ କରନାହିଁ, ମୁଁ ବିଶ୍ରାମ ନେଉଛି ।’ ତା’ପରେ ମୁଁ ସୂର୍ଯ୍ୟକୁମାର ଯାଦବଙ୍କଠାରୁ ଫୋନ୍ ପାଇଲି ।”
ମହମ୍ମଦ ସିରାଜ କହିଥିଲେ, “ମୁଁ ସୂର୍ଯ୍ୟକୁମାର ଯାଦବଙ୍କଠାରୁ ଫୋନ୍ ପାଇଲି ଏବଂ ସେ କହିଲେ, ‘ମିଆଁ, ପ୍ରସ୍ତୁତ ହୁଅ ଏବଂ ତୁମର ବ୍ୟାଗ୍ ପ୍ୟାକ୍ କରି ଆସ ।’ ମୁଁ କହିଲି, ‘ସୂର୍ଯ୍ୟ ଭାଇ, ମଜା କର ନାହିଁ କାରଣ ଏହା ଘଟିବ ନାହିଁ ।’ ତା’ପରେ ସେ କହିଲେ, ‘ମିଆଁ, ମୁଁ ସତ୍ୟ କହୁଛି, ଆସ ।’ ତେଣୁ ଏ