ଭାରତ ଛାଡ଼ିଲେ ଇରାନୀ ଜାହାଜର ୧୦୦ କ୍ରୁ ସଦସ୍ୟ
କେରଳର କୋଚି ବନ୍ଦରରେ ଅବସ୍ଥାପିତ ଇରାନୀ ନୌସେନା ଜାହାଜ ଆଇରିସ୍ ଲାଭନର ପ୍ରାୟ ୧୦୦ଜଣ କ୍ରୁ ସଦସ୍ୟ କୋଚି ବିମାନ ବନ୍ଦର ଦେଇ ଭାରତ ଛାଡ଼ିଛନ୍ତି ।
ଦକ୍ଷିଣ ନୌସେନା କମାଣ୍ଡ ପକ୍ଷରୁ କୌଣସି ଆନୁଷ୍ଠାନିକ ନିଶ୍ଚିତକରଣ ହୋଇପାରି ନଥିବା ଜଣାପଡ଼ିଛି । ସୂତ୍ର ଅନୁଯାୟୀ ଇରାନୀ କ୍ରୁ ସଦସ୍ୟଙ୍କ ପାଇଁ କଲମ୍ବୋରୁ ଏକ ସ୍ୱତନ୍ତ୍ର ଚାର୍ଟର୍ଡ ବିମାନ ପଠାଯାଇଥିଲା । ଏହି ବିମାନ କୋଚି ବିମାନ ବନ୍ଦରରୁ ଉଡାଣ ଭରାଇଥିଲା ।
ଶୁକ୍ରବାର ବିଳମ୍ବିତ ରାତ୍ରିରେ ବିମାନଟି କୋଚି ବିମାନ ବନ୍ଦରରୁ ବାହାରିଥିଲ । ସୂତ୍ରଗୁଡ଼ିକ ବିମାନର ଗନ୍ତବ୍ୟସ୍ଥଳ ପ୍ରକାଶ କରିନାହିଁ । ଯୁଦ୍ଧଜାହାଜ ଏବଂ ଏହାର ଅବଶିଷ୍ଟ କ୍ରୁ ଏବେ ବି କୋଚିରେ ଅଛନ୍ତି । ଆନ୍ତର୍ଜାତୀୟ ନୌସେନା ସମୀକ୍ଷା ପାଇଁ ଜାହାଜଟି ସେହି ଅଂଚଳରେ ଥିଲା ।
ପ୍ରାୟ ୧୮୩ଜଣ କ୍ରୁ ସଦସ୍ୟଙ୍କୁ ଏଠାରେ ନୌସେନା ସୁବିଧାରେ ରଖାଯାଇଥିଲା । ମାର୍ଚ ୪ ତାରିଖରେ ଶ୍ରୀଲଙ୍କାର ଦକ୍ଷିଣରେ ଏକ ଆମେରିକୀୟ ବୁଡ଼ାଣିଦ୍ୱାରା ଆଇରିସ୍ ଡେନା ବୁଡ଼ିବାର କିଛି ଦିନ ପୂର୍ବରୁ ଇରାନ ଭାରତକୁ ଜାହାଜକୁ ସୁରକ୍ଷିତ ଆଶ୍ରୟ ଦେବାକୁ ଅନୁରୋଧ କରିଥିଲା ।