ବ୍ରେନ୍ ଷ୍ଟ୍ରୋକର ୫ଟି ଭୟଙ୍କର ଲକ୍ଷଣ… ”BEFAST” ଜାଣିଲେ ବଞ୍ଚିପାରିବ ଜୀବନ
ସ୍ନାୟୁଗତ ରୋଗ ମଧ୍ୟରେ ଅଧିକାଂଶ ରୋଗୀଙ୍କ ବ୍ରେନ ଷ୍ଟ୍ରୋକ୍ ହେଉଥିବା ଦେଖିବାକୁ ମିଳିଥାଏ । ପୂର୍ବରୁ ଯେଉଁ ବୟସରେ ବ୍ରେନ ଷ୍ଟ୍ରୋକ ହେଉଥିଲା ଏବେ କିନ୍ତୁ କମ୍ ବୟସରେ ମଧ୍ୟ ତାହା ହେଉଥିବା ଦେଖିବାକୁ ମିଳୁଛି । ଏମିତି କି ଯୁବପିଢିଙ୍କ ମଧ୍ୟରେ ଅଧିକା ଦେଖିବାକୁ ମିଳୁଛି । ଉପଯୁକ୍ତ ସମୟରେ ଏହାର ଚିକିତ୍ସା କରି ପାରିଲେ ରୋଗୀ ଜଣଙ୍କ ସୁସ୍ଥ ହୋଇ ପାରୁଛନ୍ତି । ନଚେତ୍ ଅନେକାଂଶରେ ଜଣେ ବ୍ରେନ୍ ଷ୍ଟ୍ରୋକ ରୋଗୀ ଜୀବନ ସାରା ଅକ୍ଷମ ହୋଇଯାଆନ୍ତି କିମ୍ବା ମୃତ୍ୟୁମୁଖରେ ପଡ଼ିଥାନ୍ତି । ଏକ ସର୍ଭେ ରିପୋର୍ଟ ଅନୁସାରେ ଏବେ ପ୍ରତି ଚାରି ଜଣଙ୍କ ମଧ୍ୟରେ ଜଣଙ୍କୁ ବ୍ରେନ ଷ୍ଟ୍ରୋକ ହେଉଥିବା ସୂଚନା ରହିଛି ।
ବ୍ରେନ୍ ଷ୍ଟ୍ରୋକ କ’ଣ ? ଏହା କେତେ ପ୍ରକାର ରହିଛି
ବ୍ରେନ ଷ୍ଟ୍ରୋକ ସାଧାରଣତଃ ଦୁଇ ପ୍ରକାରର ଥାଏ । ଗୋଟିଏ ଏସେମିକ ଷ୍ଟ୍ରୋକ୍ ଓ ଅନ୍ୟଟି ହାମରେଜିଙ୍ଗ ଷ୍ଟ୍ରୋକ । ଏସେମିକ ଷ୍ଟ୍ରୋକରେ ବ୍ରେନ ଭିତରେ ଯେଉଁ ରକ୍ତ ଶିରା ପ୍ରଶୀରାରେ ପ୍ରବାହିତ ହେଉଛି, ଯଦି ତା’ ଭିତରେ ମଇଳା ଜମି ଯାଉଛି । ତେବେ ତାକୁ ଆମେ ଏସେମିକ ଷ୍ଟ୍ରୋକ୍ ବୋଲି କହୁ ଏବଂ ହାମେରେଜିଙ୍ଗ ଷ୍ଟ୍ରୋକକୁ ସରଳ ଭାଷାରେ ଆମେ ବ୍ରେନ ହାମରେଜ ବୋଲି କହୁ । ରକ୍ତ ନଳୀ ବ୍ରେନ ଭିତରେ ଫାଟି ଗଲେ ତାକୁ
‘ହାମରେଜ ଷ୍ଟ୍ରୋକ’ କୁହାଯାଏ।”
କେଉଁମାନଙ୍କ ଠାରେ ଅଧିକ ଷ୍ଟ୍ରୋକ ଦେଖିବାକୁ ମିଳେ ?
ମୁଖ୍ୟତଃ ରିସ୍କ ଫ୍ୟାକ୍ଟର ୫୫ ବର୍ଷ ବୟସରୁ ଅଧିକା ପୁରୁଷ ଲୋକଙ୍କ ପାଇଁ ରହୁଛି । ବ୍ଲଡ଼ ପ୍ରେସର, ଡାଇବେଟିସ, ହାଇ କୋଲେଷ୍ଟୋରାଲ, ଶାରୀରିକ ଅଳସୁଆ,ମୋଟା, ଷ୍ଟ୍ରେସ, ବାୟୁ ପ୍ରଦୂଷଣ ପାଇଁ ଷ୍ଟ୍ରୋକ ବଢି ଯାଉଛି । ଆଜିକାଲି ଷ୍ଟ୍ରୋକ କେବଳ ବୟସ୍କ ବ୍ୟକ୍ତିଙ୍କୁ ହେଉନି ବରଂ ଯୁବ ପିଢ଼ିଙ୍କୁ ମଧ୍ୟ ହେଉଛି ।