ହର୍ମୁଜରୁ ଆସିଲା ପ୍ରଥମ ତେଲ ଜାହାଜ
ସୌଦିରୁ ଆସି ମୁମ୍ବାଇରେ ପହଂଚିଛି ଜାହାଜ
ହର୍ମୁଜ ପଥ ଦେଇ ଆସି ପହଂଚିଛି ପ୍ରଥମ ତେଲ ଜାହାଜ । ସୌଦିରୁ ଆସି ମୁମ୍ବାଇରେ ପହଂଚିଛି ଜାହାଜ । ମଧ୍ୟପ୍ରାଚ୍ୟରେ ଚାଲିଥିବା ଇରାନ ଏବଂ ଆମେରିକା-ଇସ୍ରାଏଲ ଯୁଦ୍ଧରେ ଷ୍ଟେ.୍ରଟ୍ ଅଫ୍ ହର୍ମୁଜକୁ ବନ୍ଦ କରିଥିଲା ଇରାନ ।
ଏଥିଯୋଗୁଁ ମଧ୍ୟପ୍ରାଚ୍ୟରୁ ବିଶ୍ୱର ଅନେକ ଦେଶକୁ ତେଲ, ଡିଜେଲ, ପେଟ୍ରୋଲ ଓ ଗ୍ୟାସ ଭଳି ଅତ୍ୟାବଶ୍ୟକ ପର୍ଦାଥର ପରିବହନ ବାଧାପ୍ରାପ୍ତ ହୋଇଥିଲା ।
ତେବେ ହର୍ମୁଜରୁ ଜହାଜ ଆଣିବାକୁ ଭାରତକୁ ଇରାନ ଅନୁମତି ଦେଇଛି ।
ଏହି କ୍ରମରେ ହର୍ମୁଜ ପଥଦେଇ ଏକ ତେଲବାହୀ ଜାହାଜ ସୌଦିରୁ ଭାରତର ମୁମ୍ବାଇ ବନ୍ଦରରେ ଆସି ପହଂଚିଛି । ଯୁଦ୍ଧ ପରେ ଏହି ଜାହାଜ ଷ୍ଟ୍ରେଟ୍ ଅଫ୍ ହର୍ମୁଜରେ ଫସି ରହିଥିଲା । ଦୀର୍ଘ ଏକ ସପ୍ତାହକ ପରେ ଇରାନର ଅନୁମତି ପ୍ରଦାନ ବଳରେ ଏବେ ଏହି ଜାହାଜ ମଧ୍ୟପ୍ରାଚ୍ୟର ପାରସ୍ୟ ଉପସାଗରରୁ ଆସି ମୁମ୍ବାଇ ବନ୍ଦରରେ ଲାଗିଛି ।