ଭତାରୁ ବଂଚିତ ୬ ଲକ୍ଷରୁ ଊଦ୍ଧ୍ୱର୍ ହିତାଧିକାରୀ
ମଧୁବାବୁ ପେନସନରୁ ବଂଚିତ ହିତାଧିକାରୀ
ରାଜ୍ୟ ସରକାର ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ମଧୁବାବୁ ପେନସନ ଯୋଜନା ଭଳି ଭତା ଯୋଜନା ଚଳାଇଛନ୍ତି । ମାସକୁ ମାସ ହିତାଧିକାରୀଙ୍କ ଆକାଉଂଟକୁ ଏହି ଭତା ଟଂକା ଯାଉଥିବା କହୁଛନ୍ତି । କିନ୍ତୁ ବାସ୍ତବତା କିଛି ଅଲଗା ।
ପ୍ରକୃତରେ ରାଜ୍ୟରେ ୬ ହଜାରରୁ ଊଦ୍ଧ୍ୱର୍ ବୃଦ୍ଧବୃଦ୍ଧା ହିତାଧିକାରୀ ଏହି ଭତା ପାଇନାହାନ୍ତି ବୋଲି ଶୁକ୍ରବାର ବିଧାନସଭାରେ ଖୋଦ ମନ୍ତ୍ରୀ ସ୍ୱୀକାର କରିଛନ୍ତି ।
ଏ ସଂକ୍ରାନ୍ତୀୟ ଏକ ପ୍ରଶ୍ନର ଉତର ରଖି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ କହଛନ୍ତି ଯେ, ରାଜ୍ୟରେ ବର୍ତମାନ ୬ ଲକ୍ଷ ୩୬ ହଜାର ୮୫୮ ଜଣ ହିତାଧିକାରୀ ମଧୁବାବୁ ପେନସନ ପାହିନାହାନ୍ତି ।
୩୬୯୨ ଜଣ ୯୦ ବର୍ଷର ବୃଦ୍ଧବୃଦ୍ଧା ଥିବାବେଳେ ୫୯୮୧ ଜଣ ୮୦ ପ୍ରତିଶତରୁ ଊଦ୍ଧ୍ୱର୍ ଭିନ୍ନକ୍ଷମ ଏହି ଭତାରୁ ବଂଚିତ ରହିଛନ୍ତି ।
ଗଂଜାମ ଜିଲାରେ ସର୍ବାଧିକ ୬୫ ହଜାର ୫୫ ଜଣ ହିତାଧିକାରୀ ଥିବାେବେଳ କଟକ ଜିଲାରେ ୪୧ ହଜାର ୫୫୫ ଜଣ ଏବଂ ବାଲେଶ୍ୱରରେ ୩୮ ହଜାର ୬୪୬ ଜଣ ହିତାଧିକାରୀ ମଧୁବାବୁ ପେନସନ ଅପେକ୍ଷାରେ ଅଛନ୍ତି ।