ଆଇନଜୀବୀ ମହେଶ ତ୍ରିପାଠୀଙ୍କ ଘରେ ବୋମାମାଡ଼
ଶାନ୍ତିମାର୍ଗ ତୃତୀୟ ଗଳିରେ ଥିବା ଆଇନଜୀବୀ ମହେଶ ତ୍ରିପାଠୀଙ୍କ ଘର ଉପରକୁ ଘନଘନ ବୋମାମାଡ଼ ହୋଇଥିଲା । ଏଥିରେ ୨ଜଣ ଆହତ ହୋଇଥିବା ଖବର ମିଳିଛି ।
ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଜଣାପଡ଼ିଛି ଯେ ପୁଲିସ ଘଟଣାସ୍ଥଳରେ ପହଂଚି ଛାନ୍ଭିନ୍ ଆରମ୍ଭ କରିଛି । ମୁଖ୍ୟ ଅଭିଯୁକ୍ତକୁ ଅଟକ ରଖାଯାଇଥିବା ବ୍ରହ୍ମପୁର ଏସପି ଡା. ଶରବଣା ବିବେକ ଏମ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀରାମ ନଗର ଶାନ୍ତିମାର୍ଗରେ ଥିବା ଜଣେ ଆଇନଜୀବୀଙ୍କ ଘର ଉପରକୁ ବୋମାମାଡ଼ ହୋଇଛି । କିଛି ଯୁବକ ହାତରେ ଖଣ୍ଡା ଧରି ସେଠାରେ ଆତଙ୍କ ଖେଳାଇବା ସହ ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି । ଗତକାଲି ରାତ୍ରି ପ୍ରାୟ ୧୦ଟା ବେଳେ ୪ରୁ ୫ଜଣ ଯୁବକ ସାହିରେ ପହଂଚି ଖଣ୍ଡା ଧରି ଆଇନଜୀବୀଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ ।
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଆକ୍ରମଣ ହୋଇଥିବା କୁହାଯାଇଛି । ବୋମାମାଡ଼ରେ ଆଇନଜୀବୀଙ୍କ ପତ୍ନୀ ଓ ଜଣେ ଯୁବକ ଆହତ ହୋଇଛନ୍ତି । ଉଭୟଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଆଇନଜୀବୀଜଣଙ୍କ କର୍ପୋରେଟର ପ୍ରାର୍ଥୀ ମଧ୍ୟ ଥିଲେ । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।