ଇରାନ ଟାର୍ଗେଟରେ କାଲିଫର୍ଣ୍ଣିଆ !
ଡ୍ରୋନ ସହାୟତାରେ ଆକ୍ରମଣ : ଏଫବିଆଇ
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ କ୍ରମେ ଅଧିକରୁ ଅଧିକ ଭୟଙ୍କର ହେବାରେ ଲାଗିଛି । ଏହି ଯୁଦ୍ଧ ପ୍ରାୟ ୨ ସପ୍ତାହ ହେବାକୁ ଚାଲିଥିବାବେଳେ ଉଭୟ ଆମେରିକା-ଇସ୍ରାଏଲର ବୋମାବର୍ଷୀ ବିମାନ ଓ କ୍ଷେପଣାସ୍ତ୍ର ଇରାନର ରାଜଧାନୀ ତେହେରାନ ସମେତ ଅନ୍ୟାନ୍ୟ ସହରରେ ଥିବା ସୈନ୍ୟ ଘାଟି, ଅସ୍ତ୍ରଶସ୍ତ୍ରାଗାରଗୁଡ଼ିକ ଉପରେ ଘନ ଘନ ଆକ୍ରମଣ ଜାରି ରଖିଛନ୍ତି ।
ତେଣେ ଇରାନ ମଧ୍ୟ ହାର ମାନୁନି । ସେ ମଧ୍ୟ ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶରେ ଥିବା ଆମେରିକାର ସୈନ୍ୟଘାଟି, ବିମାନଘାଟି ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଓ ଇସ୍ରାଏଲର ରାଜଧାନୀ ତେଲ ଅଭିଭ ଏବଂ ଅନ୍ୟାନ୍ୟ ସ୍ଥାନଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ କରି ଚାଲିଛି ।
ଇତିମଧ୍ୟରେ ଇରାନର ପ୍ରାୟ ୫୦ରୁ ଊଦ୍ଧ୍ୱର୍ ଯୁଦ୍ଧଜାହାଜଗୁଡ଼ିକୁ ଆମେରିକୀୟ ନୌସେନା ଧ୍ୱଂସ କରିଦେଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ନିକଟରେ ଘୋଷଣା କରିଛନ୍ତି । ଏଥିସହ ଇରାନର କୁଦୁସ ଅଂଚଳରେ ମଧ୍ୟ ଆକାଶମାର୍ଗରୁ ପ୍ରଚଣ୍ଡ ଆକ୍ରମଣ କରାଯାଉଛି ବୋଲି ଉଭୟ ଆମେରିକା ଓ ଇସ୍ରାଏଲ କହୁଛନ୍ତି ।
ତେଣେ ଇରାନ ମଧ୍ୟ ତା’ର ରଣନୀତି ବଦଳାଇଛି । ପ୍ରତିଟି ନାଗରିକଙ୍କ ମୃତୁ୍ୟର ପ୍ରତିଶୋଧ ନିଆଯିବ ବୋଲି ଇରାନ କହିଛି । ଯଦିଓ ବି ଆମେରିକା ଏହି ଯୁଦ୍ଧରେ ଆଗୁଆ ଅଛି ତଥାପି ଲଢ଼େଇ ଜାରି ରହିବ ବୋଲି ଇରାନ କହିଛି । ଇରାନ ତା’ର ଆତ୍ମଘାତୀ ସେନା ଦ୍ୱାରା ମଧ୍ୟପ୍ରାଚ୍ୟର ଉପସାଗରରେ ଉପସ୍ଥିତ ଥିବା ଆମେରିକୀୟ େ ନøସେନାର ଜାହାଜଗୁଡ଼ିକ ଉପରେ ଆକ୍ରମଣ କରିଚାଲିଛି ।
ଖାଲି ସେତିକି ନୁହେଁ ଆଗକୁ ଇରାନ ଉପସାଗରୀୟ ଅଂଚଳର ନିକଟବର୍ତୀ ଆମେରିକାର ସହରଗୁଡ଼ିକୁ ମଧ୍ୟ ଇରାନ ଟାର୍ଗେଟ କରିପାରେ ବୋଲି ସୂଚନାଳ ମିଳିଛି । ଏହିକ୍ରମରେ କାଲିଫର୍ଣ୍ଣିଆସ୍ଥିିତ ଆମେରିକାର ସୈନ୍ୟଘାଟି ଓ ବିମାନଘାଟିକୁ ମଧ୍ୟ ଇରାନ ଟାର୍ଗେଟ କରିବ ବୋଲି ଜଣାପଡ଼ିଛି ।
ଏପରକି ଇରାନର ଆତ୍ମଘାତୀ ସେନା ପଶ୍ଚିମ ଆମେରିକାର କାଲିଫର୍ଣ୍ଣିଆ ଭଳି ସହରଗୁଡ଼ିକ ଉପରେ ଡ୍ରୋନ ସହାୟତାରେ ଆକ୍ରମଣ କରିପାରନ୍ତି ବୋଲି ଆମେରିକୀୟ ଗୁଇନ୍ଦା ସଂସ୍ଥା ଏଫବିଆଇ ସତର୍କ କରାଇଛି ।