ମର୍ଣ୍ଣିଂ ୱାର୍କ ବେଳେ କାର ଧକ୍କା, ୩ ମୃତ
ଭୁବନେଶ୍ୱର ଉଚରା ଛକ ନିକଟରେ ଆଜି ସକାଳେ ଏକ ଦୃତଗାମୀ କାର୍ ଧକ୍କା ଦେବା ଫଳରେ ୩ଜଣଙ୍କ ଜୀବନହାନୀ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଏବଂ ଦୁଇଜଣ ମହିଳା ଥିଲେ ।
ଜଣା ପଡ଼ିଛି ଯେ ମର୍ଣ୍ଣିଂ ୱାର୍କ କରୁଥିବାବେଳେ ଏକ ଦ୍ରୁତଗାମୀ କାର୍ ଦୁଇଜଣ ମହିଳାଙ୍କ ଉପରେ ଅଚାନକ ଧକ୍କା ଦେବା ଫଳରେ ଦୁହେଁ ଛିଟିକି ପଡ଼ି ପ୍ରାଣ ହରାଇଥିଲେ ।
ଭୁବନେଶ୍ୱର-ପୁରୀ ୩୧୬ନମ୍ବର ଜାତୀୟ ରାଜପଥର କେଇସି କଲେଜ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ପିପିଲି ଓ କୌଶଲ୍ୟାଗଙ୍ଗ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ସେହିପରି କାର୍ ମଧ୍ୟରେ ଥିବା ଜଣେ ଧକ୍କା ଦ୍ୱାରା ଛିଟିକି ପଡ଼ିବାଦ୍ୱାରା ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି ।
ପୁଲିସର ଅନୁମାନ କାରର ଗତି ଅଧିକ ରହିବା କାରଣରୁ ଏଭଳି ଘଟିଛି । ତିନି ମୃତକଙ୍କୁ ପୁଲିସ ଶବବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିବା ଜଣାପଡ଼ିଛି । ଉଲ୍ଲେଖଯୋଗ୍ୟ ଯେ ବାରମ୍ବାର ଏଭଳି ଦୁର୍ଘଟଣାମାନ ଘଟୁଥିଲେ ସୁଦ୍ଧା ପୁଲିସ ଗାଡ଼ି ଚଳାଚଳ ପ୍ରତି ବିଶେଷ ନଜର ଦେଉନାହିଁ ।
ଯାହାଦ୍ୱାରା ବହୁ ନିରୀହ ଜୀବନ ଅକାଳରେ ଚାଲି ଯାଉଛି । ତେଣୁ ଦୁର୍ଘଟଣାକୁ ଯେପରି ସହଜରେ ରୋକିହେବ ସେଥିପାଇଁ ବିଶେଷ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।