ଦେଶର ସୁରକ୍ଷାରେ ସିଆଇଏସ୍ଏଫ୍ ଢାଲ : କେନ୍ଦ୍ର ଗୃହମନ୍ତ୍ରୀ
ଦେଶର ନିରାପତାର ଦାୟିତ୍ୱ ବହନ କରୁଥିବା କେନ୍ଦ୍ର ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସ୍ଏଫ୍) ତ୍ୟାଗ, ନିଷ୍ଠା ଓ କର୍ତବ୍ୟପରାୟଣତାର ପ୍ରତୀକ । ରାଷ୍ଟ୍ରର ସୁରକ୍ଷାରେ ସିଆଇଏସ୍ଏଫ୍ ଢାଲ ଭଳି କାମ କରୁଛି ।
ପରମ୍ପରାକୁ କାଏମ ରଖି ଅତ୍ୟାଧୁନିକ ରଣକୌଶଳରେ ସିଆଇଏସ୍ଫ ପାରଂଗମ ହେବା ସହ ଦେଶର ସମସ୍ତ ବନ୍ଦର ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନର ସୁରକ୍ଷାର ଦାୟିତ୍ୱ ଦକ୍ଷତାର ସହ ନିର୍ବାହ କରୁଛି ବୋଲି ଶୁକ୍ରବାର ନରାଜର ମୁଣ୍ଡଳୀସ୍ଥିତ ସିଆଇଏସ୍ଏଫ୍ ବାହିନୀ କେନ୍ଦ୍ରରେ ଏହାର ୫୭ତମ ସ୍ଥାପନା ଦିବସେରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ।
ସିଆଇଏସ୍ଏଫ୍ ତା’ର ନିଷ୍ଠା, ତ୍ୟାଗ ଓ କର୍ତବ୍ୟପରାୟଣତା ପାଇଁ ୯ଟି ରାଷ୍ଟ୍ରପତି ବିଶିଷ୍ଟ ସେବା ପଦକ ଏବଂ ୨ଟି ବିଶିଷ୍ଟ ସେବା ପଦକରେ ସମ୍ମାନିତ ହୋଇପାରିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା କହିଥିଲେ ।
ଶୁକ୍ରବାର ପୂର୍ବାହ୍ନ ୧୦ଟା ସମୟରେ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିଜୁ ପଟନାୟକ ବିମାନବନ୍ଦରରେ ପହଂଚିଥିଲେ ।
ସେଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ଅନ୍ୟମାନେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ସେଠାରୁ ସେ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ କେନ୍ଦ୍ର ଗୃହମନ୍ତ୍ରୀ ନରାଜର ମୁଣ୍ଡଳୀସ୍ଥିତ ସିଆଇଏସ୍ଏଫ୍ କେନ୍ଦ୍ରରେ ପହଂଚିଥିଲେ ।
ସିଆଇଏସ୍ଏଫ୍ ସମସ୍ତ କ୍ଷେତ୍ରରେ ଉକ୍ରୃଷ୍ଟତା ପ୍ରଦର୍ଶନ କରି ବିଗତ ୫୬ ବର୍ଷ ସେବାକାଳ ମଧ୍ୟରେ ୧୩ ହଜାର ୭ଶହ ପଦକ ହାସଲ କରି ନିଜର କର୍ତବ୍ୟପରାୟଣତା ଓ ଦକ୍ଷତାର ପ୍ରମାଣ ଦେଇପାରିଛି ବୋଲି ସିଆଇଏସ୍ଏଫ୍ର ୫୭ତମ ସ୍ଥାପନା ଦିବସରେ ମୁଖ୍ୟ ଅତିଥି ଶ୍ରୀ ଶାହା ଯୋଗ ଦେଇ କହିଛନ୍ତି ।