ଖଡଗେଙ୍କୁ ଭେଟିଲେ ଦତେଶ୍ୱର
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ରାଜ୍ୟସଭା ପ୍ରାର୍ଥୀ ଡାକ୍ତର ଦତେଶ୍ୱର ହୋତା ଭେଟିଛନ୍ତି । ଦିଲ୍ଳୀଠାରେ ଶ୍ରୀ ଖଡଗେଙ୍କୁ ଶ୍ରୀ ହୋତା ଭେଟିଥିବାବେଳେ ପିସିସି ସଭାପତି ଭକ୍ତ ଦାସ, କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଏବଂ କ୍ରିଏଟିଭ୍ କଂଗ୍ରେସ ସଭାପତି ସନ୍ଦୀପ ଦୀକ୍ଷିତ ତାଙ୍କ ସହ ଉପସ୍ଥିତ ଥିଲେ ।
ଆଗକୁ ରାଜ୍ୟସଭା ନିର୍ବାଚନ ଥିବାବେଳେ ବିଜେଡିର ଚତୁର୍ଥ ଆସନ ପାଇଁ ଦତେଶ୍ୱର ହୋତା ପ୍ରାର୍ଥୀ ହୋଇଛନ୍ତି ।
କଂଗ୍ରେସ ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେବାର ଆଶ୍ୱାସନା ମିଳିବାଦ୍ୱାରା ରାଜ୍ୟସଭା ପ୍ରାର୍ଥୀ ଡକ୍ଟର ଦତେଶ୍ୱର ହୋତା ଶ୍ରୀ ଖଡ଼ଗେଙ୍କୁ ଭେଟିଥିବା ଚର୍ଚା ହେଉଛି ।