ଝିଅ ସୋଫିଆଙ୍କୁ ଅଣଦେଖା କରାଯାଉଥିଲା : ମୋକିମ
ମୋତ ବହିଷ୍କାର କରାଯିବା ପରେ ମୋ ଝିଅ ସୋଫିଆ ଫିଦେ୍ର୍ଦାସଙ୍କୁ ଦଳ ଅଣଦେଖା କରି ଆସୁଥିଲା ବୋଲି ମହମ୍ମଦ ମୋକିମ ଅଭିଯୋଗ କରିଛନ୍ତି ।
ଗତକାଲିର କ୍ରସ ଭୋଟିଂ ଅଭିଯୋଗରେ କଂଗ୍ରେସ ଦଳ ମଙ୍ଗଳବାର ତିନି ଜଣ ବିଧାୟକଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି ।
କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିଦେ୍ର୍ଦାସ ପାର୍ଟିର ହୁଇପ୍କୁ ନ ମାନି କ୍ରସ ଭୋଟିଂ କରିଥିଲେ । ମଙ୍ଗଳବାର ନିଲମ୍ବିତ ବିଧାୟକମାନଙ୍କୁ ଗୋଟିଏ ଫ୍ଲାଟଫର୍ମରେ ସାମିଲ ହେବାକୁ ମହମ୍ମଦ ମୋକିମ ଆହ୍ୱାନ ଦେଇଛନ୍ତି ।
ଝିଅ ସୋଫିଆ ଫିଦେ୍ର୍ଦାସ କାହିଁକି କ୍ରସ ଭୋଟିଂ କରିଛନ୍ତି ତାହା ସେ ନେଇ ସେ ମତ ରଖିଛନ୍ତି । ମୋକିମ କହିଛନ୍ତି ଯେ ବିଶେଷ କରି ମୋତେ ବହିଷ୍କାର କରାଯିବା ପରେ ଝିଅ ସୋଫିଆଙ୍କୁ ଦଳ ଅଣଦେଖା କରି ଆସୁଥିଲା ।
କଟକରେ କାହାକୁ ଦଳରେ ମିଶାଇଲେ ବି ସେ ବିଷୟରେ ଦଳ ନେତାନେତ୍ରୀ ଜଣାଉ ନଥିଲେ । ଏପରିକି ଦଳର ମହିଳା କାର୍ଯ୍ୟକ୍ରମରେ ମଧ୍ୟ ତାଙ୍କୁ ଯଥାଯଥ ଭାବେ ସାମିଲ କରାଯାଉ ନଥିଲା ।
ଯଦି ଦଳ ତାଙ୍କୁ ବହିଷ୍କାର କରେ, ତେବେ ଓଡ଼ିଶା ଜନତା କଂଗ୍ରେସ ପାଇଁ କାମ କରିବ ବୋଲି ସେ କହିଛନ୍ତି ।