ଚନ୍ଦ୍ରଭାଗାରୁ ଡଲଫିନ୍ ଉଦ୍ଧାର
ପୁରୀ ଜିଲା ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅଧିନ ଚନ୍ଦ୍ରଭାଗା ବେଳାଭୂମିରେ ମଙ୍ଗଳବାର ପୂର୍ବାହ୍ନରେ ଏକ ମୃତ ଡଲଫିନ ଭାସୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି ।
ଏହି ଡଲଫିନ୍ଟି ବଟଲ ନୋଜ୍ ପ୍ରଜାତିର । ଡଲଫିନ୍ଟି ସମୁଦ୍ର ନୀଳ ଜଳରାଶିରେ ଭାସୁଥିବା ଦେଖାଯାଇଥିଲା । ମୃତ ଡଲଫିନ୍କୁ ଦେଖି ମତ୍ସ୍ୟଜୀବୀ (ନୋଳିଆ)ମାନେ ବେଳାଭୂମିକୁ ଆଣିଥିଲେ ।
ଖବର ପାଇ କୋଣାର୍କ ବନବିଭାଗ କର୍ମଚାରୀ ସେଠାରେ ପହଂଚି ଡଲଫିନ୍କୁ ବ୍ୟବଚ୍ଛେଦ କରିବା ନିମନ୍ତେ କୋଣାର୍କ ପ୍ରାଣୀ ଚିକିତ୍ସାଳୟକୁ ପଠାଇଥିଲେ । ଡଲଫିନ୍ଟି ସମୁଦ୍ର ମଧ୍ୟରେ କୌଣସି ଡଙ୍ଗା କିମ୍ବା ଟ୍ରଲର ମାଡ଼ରେ ହୁଏତ ଆହତ ହୋଇ ସମୁଦ୍ର କୂଳକୁ ଆସିଥିବା ବନବିଭାଗ ଅନୁମାନ କରୁଛି ।
ତେବେ ବ୍ୟବଚ୍ଛେଦ ପରେ ଏହାକୁ ପୋତି ଦିଆଯିବ ବୋଲି କୋଣାର୍କ ବନ୍ୟପ୍ରାଣୀ ବନାଂଚଳ ଅଧିକାର ସୂଚନା ଦେଇଛନ୍ତି ।