ଏଲପିଜି ପାଇଁ ଇ-କେୱାଇସି
କେବଳ ଉଜ୍ଜ୍ୱଳା ଗ୍ୟାସ ଉପଭୋକ୍ତା କରିବେ
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଦେଖି ସମସ୍ତେ ଏବେ ତୈଳ ଓ ରନ୍ଧନ ଏଲପିଜି ଗ୍ୟାସକୁ ନେଇ ଚିନ୍ତିତ । ଭାରତ ସରକାର ମଧ୍ୟ ପରିସ୍ଥିତିର ଗୁରତ୍ୱକୁ ବୁଝିପାରି ଏଲପିଜି ରନ୍ଧନ ଗ୍ୟାସ ସିଲିଣ୍ଡର ଉପରେ ନାନା ପ୍ରକାରର କଟକଣା ଲଗାଇବା ଆରମ୍ଭ କରିଛନ୍ତି ।
ପ୍ରଥମେ ଘରୋଇ ୧୪.୨ ରନ୍ଧନ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୬୦ ଟଙ୍କା ଓ ବାଣିଜି୍ୟକ ଏଲପିଜି ଗ୍ୟାସ ସିଲିଣ୍ଡିରର ମୂଲ୍ୟ ୧୪୪ ଟଂକା ବଢ଼ାଇଥିଲେ । ପରେ ଜଣେ ଉପଭୋକ୍ତା ତା’ର ବୁକିଂର ୨୫ ଦିନ ପରେ ଆଉ ଗୋଟିଏ ରିଫିଲିଂ ଗ୍ୟାସ ସିଲିଣ୍ଡର ବୁକିଂ କରିପାରିବ ବୋଲି ନିୟମ କଲେ ।
ଆଜି ଏଲପିଜି ପାଇଁ ଇ-କେୱାଇସି ବାଧ୍ୟତାମୂଳକ କରିଛନ୍ତି ସରକାର । ଏଲପିଜି ବୁକିଂ ପାଇଁ ବାୟୋମେଟ୍ରିକ ଆଧାର ପ୍ରମାଣୀକରଣ (ଇ-କେୱାଇସି) କରିବା ଜରୁରୀ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।
ତେବେ ସମସ୍ତ ଏଲପିଜି ଉପଭୋକ୍ତାଙ୍କ ପାଇଁ ଏହା ଜରୁରୀ ନୁହେଁ; କେବଳ ସେହିମାନେ ଏହାକୁ କରିବା ଦରକାର ଯେଉଁମାନେ ପିଏମୟୁ୍ରଆଇ ଉପଭୋକ୍ତାମାନଙ୍କ ପାଇଁ ଏହାକୁ ବାଧ୍ୟତାମୂଳକ କରାଯାଇଛି ।
ସେମାନେ ନିଜ ଘରେ ବସି ଇ-କେୱାଇସି କରିପାରିବେ ବୋଲି ପେଟ୍ରୋଲିୟମ ମନ୍ତ୍ରଣାଳୟ ସ୍ପଷ୍ଟୀକରଣ କରିଛନ୍ତି ।