ମଧ୍ୟପ୍ରାଚ୍ୟ ଯୁଦ୍ଧର ଅଷ୍ଟମ ଦିନ ତେହେରାନ ଓ ତେଲ ଅଭିଭ ଉପରେ ଘନ ଘନ ଆକ୍ରମଣ
ଦିନକୁ ଦିନ ଭୀଷଣ ହେଉଛି ଇରାନ ଏବଂ ଆମେରିକା-ଇସ୍ରାଏଲ ଯୁଦ୍ଧ । ଯୁଦ୍ଧର ଅଷ୍ଟମ ଦିନରେ ଇରାନ ପକ୍ଷରୁ ଇରାକର ବାଗଦାଦ, ଭିକ୍ଟୋରିଆ ସୈନ୍ୟ ଘାଟି, ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଓ ଇସ୍ରାଏଲର ତେଲ୍ ଅଭିଭ ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି ।
ଇରାନ ପକ୍ଷରୁ ଡ୍ରୋନ୍ ଜରିଆରେ ଭିକ୍ଟୋରିଆ ମିଲିଟାରୀ ବେସ୍ ଉପରେ ଆକ୍ରମଣ କରାଯାଇଛି । ତେଣେ ଏହାର ଜବାବରେ ଇସ୍ରାଏଲ ପକ୍ଷରୁ ଇରାନର ରାଜଧାନୀ ତେହେରାନ ଉପରେ ଘନ ଘନ ବୋମାମାଡ଼ କରାଯାଇଛି । ତେହେରାନ ବିମାନ ବନ୍ଦରର ଆଖ ପାଖ ସହରଗୁଡ଼ିକ ଉପରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ୍ । ବିସ୍ଫୋରଣ ଘଟିଛି ।
ଆମେରିକା ଓ ଇସ୍ରାଏଲ୍ ପକ୍ଷରୁ ଇରାନର ସିରାଜ ଉପରେ ବଡ଼ ଧରଣର ଆକ୍ରମଣ କରାଯାଇଛି । ଇରାନର କଜବିନରେ ମଧ୍ୟ ଆମେରିକା-ଇସ୍ରାଏଲ ମିଳିତ ଆକ୍ରମଣ କରିଛନ୍ତି । ଏହାର ଜବାରେ ଖୈବର ଶିକନ, କଦ୍ର ଓ ଇମାଦ କ୍ଷେପଣାସ୍ତ୍ର ଜରିଆରେ ଇସ୍ରାଏଲ ଉପରେ ଇରାନ ଆକ୍ରମଣ ଜାରି ରଖିଛି ।