ଅତ୍ୟାବଶ୍ୟକ ପଣ୍ୟ ଆଇନ ଲାଗୁ
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୦ମ ଦିନରେ ପହଂଚିଛି । ଏହା ଯୋଗୁଁ ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶରେ ଅତ୍ୟାବଶ୍ୟକ ପଦାର୍ଥ ଯଥା ଖାଦ୍ୟ, ପାନୀୟ ଜଳ, ଔଷଧ, ଇନ୍ଧନ ଗ୍ୟାସର ଘୋର ଅଭାବ ପରିଲକ୍ଷିତ ହେଉଛି । ତେବେ ଏଥରୁ ମଧ୍ୟ ବର୍ତିପାରି ନାହିଁ ଭାରତ ।
ସୁଦୂର ମଧ୍ୟପ୍ରାଚ୍ୟରେ ଏହି ଯୁଦ୍ଧ ଚାଲିଥିବାବେଳେ ଭାରତ ଉପରେ ଏହାର ପ୍ରଭାବ ପଡ଼ିଛି । ବିଶେ ଷକରି ଭାରତୀୟଙ୍କ ରୋଷେଇଶାଳା ଏହାଦ୍ୱାରା ବହୁ ମାତ୍ରାରେ ପ୍ରଭାବିତ ହେଉଛି । କାରଣ ଗତ ସୋମବାର ଠାରୁ ସରକାର ଉଭୟ ଘରୋଇ ରନ୍ଧନ ଓ ବାଣିଜି୍ୟକ ଗ୍ୟାସସିଲିଣ୍ଡରର ଦର ବୃଦ୍ଧି କରିସାରିଛନ୍ତି ।
ଏବେ ୧୪.୨ କିଲୋର ରନ୍ଧନ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୬୦ ଟଂକା ବଢ଼ିଥିବାବେଳେ ୧୯ କିଲୋର ବାଣିଜି୍ୟକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୪୪ ଟଂକା ବୃଦ୍ଧି କରିଛନ୍ତି । ଫଳରେ ଏବେ ୧୪.୨ ଘରୋଇ ଗ୍ୟାସ ସିଲିଣ୍ଡର ବାବଦକୁ ୯୩୯ ଟଂକା ପରିବର୍ତେ ୯୯୯ ଟଂକା ଦେବାକୁ ପଡ଼ିବ । ସେହିଭଳି ୧୯ କିଲୋର ବାଣିଜି୍ୟକ ଗ୍ୟାସ ସିଲିଣ୍ଡର ବାବଦକୁ ପୂର୍ବରୁ ୨,୦୨୯ ଟଂକା ଦେବାକୁ ପଡ଼ୁଥିବାବେଳେ ନୂତନ ଦର ଅନୁସାରେ ଏବେ ୨,୧୭୩ ଟଂକା ଦେବାକୁ ପଡ଼ିବ । ଏଥିସହ ଏବେ କୌଣସି ଉପଭୋକ୍ତା ଗୋଟିଏ ଗ୍ୟାସ ସିଲିଣ୍ଡର ବୁକିଂ କରିବାର ୨୫ ଦିନ ପରେ ହିଁ ଦ୍ୱିତୀୟ ଗ୍ୟାସ ସିଲିଣ୍ଡର ବୁକିଂ କରିପାରିବେ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।
ଏଥିସହ ଗ୍ୟାସ, ପେଟ୍ରୋଲ ଓ ଡିଜେଲ ଭଳି ଅତ୍ୟାବଶ୍ୟକ ପଦାର୍ଥଗୁଡ଼ିକୁ ଅତ୍ୟାବଶ୍ୟକ ପଦାର୍ଥ ତାଲିକାରେ ଅନ୍ତର୍ଭୁକ୍ତ କରି ଏଥିାପଇଁ ଅତ୍ୟାବଶ୍ୟକ ପଣ୍ୟ ଆଇନ ଲାଗୁ କରିଛନ୍ତି । ଫଳରେ ଏଗୁ୍ଡ଼ିକୁ ଲୋକେ ଅତି ଶିଘ୍ର ମଗାଇପାରିବେ ନାହିଁ ।