ଏସସିବିରେ ଅଗ୍ନିକାଣ୍ଡ
ତଦନ୍ତ ନିର୍ଦେଶ, ମୃତକ ପରିବାରକୁ ୨୫ଲକ୍ଷ କ୍ଷତିପୂରଣ
କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ ଓ କଲେଜରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ହାସପାତାଳର ଏକ ୱାର୍ଡରେ ଅଗ୍ନ୍ିକାଣ୍ଡ ଘଟିବାଦ୍ୱାରା ୧୦ରୁ ଅଧିକ ଲୋକଙ୍କ ମୃତୁ୍ୟ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଯେଉଁ ୱାର୍ଡରେ ଅଗ୍ନିକାଣ୍ଡ ଘଟିଛି, ସେଠାରେ ସେହି ସମୟରେ ୨୩ଜଣ ରୋଗୀ ଚିକିତ୍ସିତ ହେଉଥିଲେ । ନିଆଁର ପ୍ରକୋପ ଏତେଟା ଭୟଙ୍କର ଥିଲା ଯେ ରୋଗୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସମୟ ମିଳି ନଥିଲା । ଫଳରେ ଅଧିକାଂଶ ରୋଗୀ ଶ୍ୱାସକଷ୍ଟ ହୋଇ ଓ ନିଆଁରେ ପୋଡ଼ି ମୃତ୍ୟବରଣ କରିଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ତୁରନ୍ତ ପହଂଚି ଅଗ୍ନିକାଣ୍ଡକୁ ଆୟତ କରିଥିଲେ । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣା ପରେ ହାସପାତାଳ ପରିସରରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଆହତ ଓ ବାକି ରୋଗୀଙ୍କୁ ଅନ୍ୟାନ୍ୟ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି । ଘଟଣାର ତଦନ୍ତ ଜାରି ରହିଥିବାବେଳେ ଅଗ୍ନିକାଣ୍ଡର ପ୍ରକୃତର କାରଣ ଜଣାପଡ଼ିନାହିଁ । ବିଭାଗ ପକ୍ଷରୁ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି । ପ୍ରତ୍ୟକ୍ଷଦର୍ଶୀ ଓ ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ଏହି ଅଗ୍ନିକାଣ୍ଡ ମଧ୍ୟରାତ୍ରି ପ୍ରାୟ ୨ଟା ୩୦ମିନିଟ୍ରୁ ୩ଟା ମଧ୍ୟରେ ହୋଇଥିଲା । ଯେଉଁ ଗୃହରେ ଗୁରୁତର ରୋଗୀମାନେ ଚିକିତ୍ସିତ ହେଉଥିଲେ । ଘଟଣାର ଖବର ପାଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ବିଭାଗର ପଦସ୍ଥ ଅଧିକାରୀମାନେ ଉପସ୍ଥିତ ହୋଇଥିଲେ । ମୃତ ରୋଗୀଙ୍କ ପରିବାର ପିଛା ମୁଖ୍ୟମନ୍ତ୍ରୀ ୨୫ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ।