ସଂତୃପ୍ତ ମିଶ୍ରଙ୍କ ନାମାଙ୍କନ ପତ୍ରରେ ତଥ୍ୟ ଲୁଚାଯାଇଛି : ବିଜେପି
ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ଆଣିଛନ୍ତି ଅଭିଯୋଗ
ରାଜ୍ୟସଭା ନିର୍ବାଚନ ପାଇଁ ଭୋଟିଂକୁ ଆଉ ୨୪ ଘଂଟାରୁ କମ୍ ସମୟ ଥିବାବେଳେ ନୂଆ ନୂଆ ରୋଚକ ତଥ୍ୟ ଓ ଅଭିଯୋଗମାନ ସାମ୍ନାକୁ ଆସୁଛି ।
ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ନାମାଙ୍କନ ପତ୍ରରେ ଉଦେ୍ଦଶ୍ୟମୂଳକ ଭାବେ ବିଜେଡି ବହୁ ତଥ୍ୟ ଲୁଚାଇଛି ବୋଲି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ଅଭିଯୋଗ ଆଣିଛନ୍ତି ।
ଏଣୁ ଯଦିଓ ବି ସଂତୃପ୍ତ ମିଶ୍ର ନିର୍ବାଚନରେ ଜିତନ୍ତି ତା’ହେଲେ ମଧ୍ୟ ତାଙ୍କ ପଦ ଯିବା ନିଶ୍ଚିତ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।