କ’ଣ ମା’ ବାଟମଙ୍ଗଳାଙ୍କ ସେବାୟତଙ୍କ ଆୟ ଶ୍ରୀଲୋକନାଥଙ୍କ ଠାରୁ ଅଧିକ?
ଜନବାଦ, ୨୬ ।୨ : ପୁରୀର ଶ୍ରୀଲୋକନାଥ ମହାପ୍ରଭୁଙ୍କ ମନ୍ଦିର ବହୁ ପୁରୁଣା । ପ୍ରଭୁ ଶ୍ରୀରାମଚନ୍ଦ୍ର ମଧ୍ୟ ମାତା ସୀତାଙ୍କୁ ଠାବ କରିବା ପାଇଁ ରାବଣର ଲଙ୍କାଗଡ଼କୁ ଯାତ୍ରା କଲାବେଳେ ଏଠାକୁ ଆସିଥିବା ଏବଂ ଏଠାରେ ପୂଜା କରିଥିବାର ପୌରାଣିକ ଗାଥା ମଧ୍ୟ ରହିଛି ।
ଏହି ଦୃଷ୍ଟିରୁ ପ୍ରଭୁ ଶ୍ରୀଲୋକନାଥଙ୍କ ମହିମା ଅପାର ଏବଂ ଏଠାକୁ ବର୍ଷ ତମାମ ଭକ୍ତଙ୍କ ଆଗମନ ହୋଇଥାଏ; କିନ୍ତୁ ଏଠାରେ ମହାପ୍ରଭୁଙ୍କ ସେବାରେ ନିଯୁକ୍ତ ସେବାୟତମାନଙ୍କ ଦୈନିକ ରୋଜଗାର ବହୁତ କମ୍ ।
ଏପରିକି ପୁରୀ ଶ୍ରୀମନ୍ଦିରକୁ ଆସିବା ପୂର୍ବରୁ ମା’ ବାଟମଙ୍ଗଳାଙ୍କ ମନ୍ଦିର ପଡ଼ିଥାଏ । ମା’ ବାଟମଙ୍ଗଳାଙ୍କ ଠାରେ ପ୍ରତିଦିନ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ ।
ଏହାକୁ ବିଚାରକୁ ନେଲେ ମା’ ବାଟମଙ୍ଗଳାଙ୍କ ସେବାୟତଙ୍କ ଆୟ ପ୍ରଭୁ ଶ୍ରୀଲୋକନାଥଙ୍କ ସେବାୟତଙ୍କ ଦୈନିକ ଆୟ ଠାରୁ ଢ଼େର ଅଧିକ ବୋଲି ପ୍ରଭୁ ଶ୍ରୀଲୋକନାଥଙ୍କ ସେବାୟତ ତଥା ଲୋକନାଥ ଭଜନ ସାଂସ୍କୃତିକ ସଂଗଠନର ସମ୍ପାଦକ ରବିନାରାୟଣ ପଣ୍ଡା (ବାବୁଲି ନନା) କହିଛନ୍ତିି ।