ବିଜେପି ଛାଡ଼ିଲେ ଜୀବନ ପ୍ରଦୀପ
ବିଜେପି ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଯୋଗଦାନ କିଛିଘଂଟା ନ ପୂରୁଣୁ ବାଲେଶ୍ୱର ଜିଲାରେ ବିଜେପିରେ ହଲଚଲ ସୃଷ୍ଟି ହୋଇଛି । ରବୀନ୍ଦ୍ରଙ୍କ ଯୋଗଦାନକୁ ନେଇ ଅସନ୍ତୁଷ୍ଟ ହୋଇ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ଦଳ ଛାଡ଼ିଥିବା ଜଣାପଡ଼ିଛି ।
ପୂର୍ବତନ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କ ଯୋଗଦାନ ବିଜେପିରେ ହେବା ପରେ କର୍ମୀ ମହଲରେ ଅସନ୍ତୋଷ ବୃଦ୍ଧି ପାଇଛି, ଯାହାଦ୍ୱାରା ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଦଳ ଛାଡ଼ିଥିବା ପ୍ରଚାର ହେଉଛି । ସାମ୍ବାଦିକ ସମ୍ମିଳନୀ ଡାକି ସେ ବିଜେପି ଓ ରବୀନ୍ଦ୍ର ଜେନାଙ୍କ ପ୍ରତି ନିଜର ଅସନ୍ତୁଷ୍ଟ ପ୍ରକାଶ କରି ଇସ୍ତଫା ଦେଇଥିବା କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ବିଜେପି ମୂଲ୍ୟବୋଧ ଯୁକ୍ତ ରାଜନୀତିଠାରୁ ଦୂରେଇ ଯାଇଛି । ନହେଲେ ଚିଟଫଣ୍ଡ ଅଭିଯୁକ୍ତଙ୍କୁ କିପରି ଦଳରେ ସାମିଲ କରାଗଲା । ଏପରିକି ୨୦୧୪ରେ ଦଳ କ୍ଷମତାକୁ ଆସିବା ପରେ ଦଳର ନୈତିକ ପତନ ଘଟିଛି ବୋଲି କହିଛନ୍ତି ।
ଆଗାମୀ ରାଜନୈତିକ କାର୍ଯ୍ୟପନ୍ଥା ସମ୍ପର୍କରେ ସେ କହିଛନ୍ତି ଯେ ଭବିଷ୍ୟତ କାର୍ଯ୍ୟପନ୍ଥା ବାବଦରେ କୌଣସି ନିଷ୍ପତି ନେଇନାହିଁ । ତେବେ କେଉଁ ପନ୍ଥା ଗ୍ରହଣ କରିବି ତାହା ଆଗାମୀ ଦିନରେ ସାଧାରଣ ଲୋକ ଜାଣିପାରିବେ ।