୭୭ଲକ୍ଷକୁ କମିଲା ଏଲପିଜି ବୁକିଂ
ପଶ୍ଚିମ ଏସିଆ ଯୁଦ୍ଧ ପାଇଁ ଦେଶରେ ଏଲପିଜି ସଂକଟ ସଂପ୍ରତି ଚିନ୍ତା ବଢ଼ାଇଛି ।
ଯୋଗାଣ ନେଇ ଯେପରି କେହି ଭୟଭୀତ ନ ହୁଅନ୍ତି ଏବଂ ବିଚାରବନ୍ତ ଭାବେ ଏଲ୍ପିଜି ବ୍ୟବହାର କରନ୍ତି ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାରମ୍ବାର ପରାମର୍ଶ ଦିଆଯାଉଛି ।
ବିଗତ କିଛିଦିନ ମଧ୍ୟରେ ଦେଶର ୧୨ହଜାର ଚଢ଼ଉ କରାଯାଇ ୧୫ହଜାର ଏଲ୍ପିଜି ଜବତ କରାଯାଇଥିବା ଜଣାପଡ଼ିଛି । ଗତକାଲି ଦିଲ୍ଲୀରେ ୬୦୦ ସିଲିଣ୍ଡର ଜବତ କରାଯାଇଥିଲା । ଏଲ୍ପିଜି ବୁକିଂ ସଂଖ୍ୟା ଗତ ୧୩ ତାରିଖରେ ୮୮.୮ଲକ୍ଷକୁ ବୃଦ୍ଧି ପାଇଥିଲା ।
ଯାହାଦ୍ୱାରା ଅନେକେ ଏଲ୍ପିଜି ବୁକିଂ କରିବା ଆରମ୍ଭ କରିଥିଲେ । ଏହି ସଂଖ୍ୟା ଗତକାଲି ୭୭ଲକ୍ଷକୁ ହ୍ରାସ ପାଇଛି । ତେଣୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏଲ୍ପିଜି ସ୍ଥିତି ଚିନ୍ତାଜନକ ଥିବା ବିଷୟକୁ ଦୋହରାଇବା ସହ ଆଜି ଏଭଳି ତଥ୍ୟ ପ୍ରଦାନ କରିଛନ୍ତି ।
ସେହିପରି ଏଲ୍ପିଜି ଯୋଗାଣ ସ୍ୱାଭାବିକ ବୋଲି ଶ୍ରୀମତୀ ଶର୍ମା କହିଛନ୍ତି । ଆଜି ସୁଦ୍ଧା ୯୪ ପ୍ରତିଶତ ଗ୍ୟାସ ସିଲିଣ୍ଡର ଅନ୍ଲାଇନ୍ରେ ବୁକିଂ ହୋଇଛି ।
ସେହିପରି ବାଣିଜି୍ୟକ ଏଲ୍ପିଜି ଆଂଶିକ ମାତ୍ରାରେ ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି ।