ସୋଫିଆ ବଖାଣିଲେ ଅସନ୍ତୋଷ
କଂଗ୍ରେସର ଆଜିର ସ୍ଥିତି କେବଳ ବିଜେଡି ପାଇଁ
ରାଜ୍ୟସଭା ନିର୍ବାଚନ ନେଇ ବାରବାଟୀ-କଟକ ବିଧାୟିକା କଂଗ୍ରେସର ସୋଫିଆ ଫିର୍ଦୋଷ ମଧ୍ୟ ଖୋଲା ଅସନ୍ତୋଷ ପ୍ରକଟ କରିଛନ୍ତି । ବିଜେଡି ସହ ବୁଝାମଣାକୁ ନେଇ ସେ ଅସନ୍ତୋଷ ପ୍ରକଟ କରିଛନ୍ତି ।
ରାଜ୍ୟସଭାରେ ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ ଦେବା ନେଇ ଆମ ସହିତ ପୂର୍ବରୁ କୌଣସି ଆଲୋଚନା ହୋଇନି । ଏ ସଂକ୍ରାନ୍ତରେ ବିଧାୟକଙ୍କ ସହ ଆଲୋଚନା ହୋଇଥିଲେ ଭଲ ହୋଇଥାନ୍ତା ବୋଲି ସୋଫିଆ କହିଛନ୍ତି ।
ନୂଆପଡ଼ା ଊପନିର୍ବାଚନକୁ ମୋତେ ଡକାଯାଇନଥିଲା । ମୋ ନିର୍ବାଚନ ମଣ୍ଡଳୀରେ କାହାକୁ ଯୋଡ଼ିଛନ୍ତି ମୋତେ ଜଣାଇନାହାନ୍ତି । ବିଜେଡିର ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସର ସମର୍ଥନ ନେଇ ସୋଫିଆ ଏଭଳି କହିଛନ୍ତି ।
କଂଗ୍ରେସର ଆଜିର ସ୍ଥିତି କେବଳ ବିଜେଡି ପାଇଁ । ବିଜେଡି ସଦା ସର୍ବଦା ବିରୋଧୀ ବିଜେପି ସହିତ ମିଶି କାମ କରିଆସୁଛି । ଦୁଇ ଦଳର ମୁଖ୍ୟ ଏକାଠି ମିଶି ସ୍ୱାଧୀନ ପ୍ରାର୍ଥୀ ଘୋଷଣା କରିଥିଲେ ଇଜ୍ଜତ ରହିଥାନ୍ତା ବୋଲି ସୋଫିଆ କହିଛନ୍ତି ।