କ୍ୟାପଟେନ ସ୍ମିଥଙ୍କ ଭଲମନ୍ଦ ବୁଝିଲେ ମୋଦି
ମୋତେ ହନୁମାନ ଚାଳିଶା ବଂଚାଇ ଦେଲା-ସ୍ମିଥ
ଗତରେ ଏକ ଅଭାବନୀୟ ଘଟଣା ମଝି ଆକାଶରେ ଘଟିଥିଲା ।
ସାଉଦୀ ଆରବର ଏକ ବିମାନର କକ୍ପିଟରେ ଦୁଇ ପାଇଲଟଙ୍କ ମଧ୍ୟରେ ଭୟଙ୍କର ଝଗଡ଼ା ହେତୁ ସେଥିରେ ସବାର ଥିବା ପ୍ରାୟ ୧୭୦ରୁ ଅଧିକ ଯାତ୍ରୀଙ୍କ ଜୀବନ ସଙ୍କଟାପନ୍ନ ହୋଇପଡ଼ିଥିଲା ।
ଏହି ସମୟରେ ଉକ୍ତ ବିମାନରେ ଯାତ୍ରା କରୁଥିବା କ୍ୟାପଟେନ ସ୍ମିଥ ମଛାରଙ୍କ ସାହାସ ଓ ଉପସ୍ଥିତ ବୁଦ୍ଧି ହେତୁ ସମସ୍ତଙ୍କ ଜୀବନ ବଂଚି ପାରିିଥିଲା ।
ତେବେ ଏଭଳି ଦୁଃସାହାସିକ କାମ କରି ଚିକିତ୍ସିତ ହେଉଥିବା ସ୍ମିଥଙ୍କ ସହିତ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ଆଭାସି ଯୋଗେ କଥାବାର୍ତା ହୋଇଛନ୍ତି ।
ଅନ୍ୟପଟେ ଏହି ଘଡ଼ିସନ୍ଧି ମୁହୂର୍ତରେ ପାଇଲଟ ଶ୍ରୀ ମଚ୍ଛାର ହନୁମାନ ଚାଳିଶା ପାଠ କରୁଥିବା କହିଛନ୍ତି ।
ଏପରିକି ଜୀବନରେ ଯେତେବେଳେ ସଙ୍କଟ ଆସେ ମୁଁ ହନୁମାନ ଚାଳିଶା ପଢ଼େ ବୋଲି ସେ କହିଛନ୍ତି ।
ଘଟଣାଦିନ ମଧ୍ୟ ଫ୍ଲାଇଟରେ ସଙ୍କଟ ସମୟରେ ସେ ହନୁମାନ ଚାଳିଶା ପଢ଼ୁଥିବା କହିଛନ୍ତି ।
ସୂଚନାଥାଉ କି, ଘଟଣା ଦିନ ବିମାନରେ ଆକ୍ରମଣ ସତ୍ୱେ ୧୭୪ ଜଣ ଯାତ୍ରୀଙ୍କ ଜୀବନ ବଂଚାଇପାରିଥିଲେ କ୍ୟାପଟେନ ମଚ୍ଛାର ।





