ଜଣେ ବାଂଲାଦେଶୀ ସହ ୫ ପାକିସ୍ତାନୀ ଗିରଫ
ଇରାନ ଆକ୍ରମଣରେ ଭିଡ଼ିଓ ପ୍ରସ୍ତୁତ ଏବଂ ପ୍ରଶଂସା କରିବା ପାଇଁ ବାହାରିନରେ ପାଂଚ ଜଣ ପାକିସ୍ତାନୀ ଏବଂ ଜଣେ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି ।
ବାହାରିନ ଗୃହ ମନ୍ତ୍ରଣାଳୟ କହିଛି ଯେ ବାହାରିନ ଉପରେ ଇରାନ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରଣର ଭିଡ଼ିଓ ତିଆରି, ଇରାନ ଆକ୍ରମଣ ପ୍ରତି ସହାନୁଭୂତି ପ୍ରକାଶ କରିବା ଏବଂ ମିଥ୍ୟା ସୂଚନା ପ୍ରସାର କରିବା ପାଇଁ ସେମାନେ ପାଂଚଜଣ ପାକିସ୍ତାନୀ ଏବଂ ଜଣେ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛନ୍ତି ।