ଓଡ଼ିଶାରେ ରେଳ ସଂଯୋଗୀକରଣକୁ ପ୍ରୋତ୍ସାହନ
କୋଏମ୍ବାଟୁର ଠାରୁ ଧାନବାଦକୁ ଗଡ଼ିବ ଅମୃତ ଭାରତ ଟ୍ରେନ
କେନ୍ଦ୍ରର ମୋଦୀ ସରକାର ଓଡ଼ିଶାରେ ରେଳ ସଂଯୋଗୀକରଣକୁ ବ୍ୟାପକ କରିବା ପାଇଁ ତତ୍ପରତା ଦେଖାଇଛନ୍ତି । ଏହି କ୍ରମରେ ମଙ୍ଗଳବାର କେନ୍ଦ୍ର ସରକାର କୋଏମ୍ବାଟୁର ଠାରୁ ଧାନବାଦକୁ ନୂଆ ଅମୃତ ଭାରତ ଟ୍ରେନ ଚଳାଳଚକୁ ମଂଜୁରୀ ଦେଇଛନ୍ତି ।
ଓଡ଼ିଶାର ୯ଟି ଷ୍ଟସନ ଦେଇ ଏହି ଅମୃତ ଭାରତ ଟ୍ରେନ ଚାଲିବ । ଓଡ଼ିଶା, ତାମିଲନାଡୁ ଓ ଝାରଖଣ୍ଡ ମଧ୍ୟରେ ଏହି ଟ୍ରେନ ସଂଯୋଗୀକରଣକୁ ଆହୁରି ସୁଦୃଢ଼ କରିବ ।
ରାୟଗଡ଼ା, ମୁନିଗୁଡ଼ା, କେସିଂଗା, ଟିଟିଲାଗଡ଼, ବଂଲାଗୀର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲା ଦେଇ ଏହି ଟ୍ରେନ ଯିବ । ଫଳରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଯାତ୍ରୀ ବେଶ୍ ଉପକୃତ ହେବେ ।
ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।