ପଦ୍ମ ଧରିଲେ ରବିନ୍ଦ୍ର, ବିଜେପିରେ ଝଡ଼
ଜୀବନ ଛାଡ଼ିପାରନ୍ତି ଦଳ
ମୋ ସହମତି ରଖିନାହାନ୍ତି : ପ୍ରତାପ
ଆଜି ବିଜେଡି ଛାଡ଼ିଥିବା ବାଲେଶ୍ୱରର ଟାଣୁଆ ନେତା ତଥା ପୂର୍ବତନ ବିଧାୟକ ରବିନ୍ଦ୍ର ଜେନା ବିଜେପିରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି । ମାତ୍ର ଏହାକୁ ନେଇ ବାଲେଶ୍ୱର ତଥା ରାଜ୍ୟ ବିଜେପିରେ ଅସନ୍ତୋଷର ଝଡ଼ ଦେଖାଯାଇଛି ।
ଗୋଟିଏ ପଟେ ରବିନ୍ଦ୍ରଙ୍କ ବିଜେପିରେ ସାମିଲ ହେବାକୁ ନେଇ ଦଳର ବରିଷ୍ଠ ନେତା ତଥା ସାଂସଦ ପ୍ରତାପ ଷଢ଼ଙ୍ଗୀ ମୁହଁ ଖୋଲିଛନ୍ତି ତ ଅନ୍ୟପଟେ ପୂର୍ବତନ ବିଧାୟକ ତଥା ବିଜେପି ନେତା ଜୀବନ ପ୍ରଦୀପ ଦାସ ଦଳ ଛାଡ଼ିପାରନ୍ତି ବୋଲି ସମ୍ଭାବନା ସୃ୍୍ଷ୍ଟି ହୋଇଛି ।
ଋବିନ୍ଦ୍ରଙ୍କ ବିଜେପିରେ ଯୋଗଦାନକୁ ବହୁ ଟାଣୁଆ ବିଜେପି ନେତା ଓ କର୍ମୀ ପସନ୍ଦ କରୁନାହାନ୍ତି । ଖୋଦ୍ ସାଂସଦ ଶ୍ରୀ ଷଢ଼ଙ୍ଗୀଙ୍କ ପ୍ରତିକ୍ରିୟା ମଧ୍ୟ ସମାନ ।
ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏ ସମ୍ପର୍କରେ କେହି ମୋର ସହମତି ଲୋଡ଼ି ନାହାନ୍ତି । ଏଥିରୁ ରବିନ୍ଦ୍ର ବିଜେପି ଶିିବିରରେ ସାମିଲ ହେବାକୁ ନେଇ ସେ ମଧ୍ୟ ଏକରକମ ଅସନ୍ତୁଷ୍ଟ ବୋଲି ଅନୁମାନ କରାଯାଉଛି ।
ତେଣେ ବର୍ଷ ବର୍ଷ ଧରି ଦଳରେ ରହି ଦଳ ପାଇଁ କାମ କରି ବିଧାୟକ ଥିବା ଜୀବନ ପ୍ରଦୀପ ଦାସ ମଧ୍ୟ ତାଙ୍କ ବିଷେଦଗାର କରିଛନ୍ତି । ସେ କହିଛନ୍ତି ଯେ, ଯଦି ଦଳ ମୋର ଏତେ ବର୍ଷର ନିଷ୍ଠା ଓ ପରାକାଷ୍ଠାକୁ ଜାଣିପାରିଲା ନାହିଁ, ତେବେ ମୋର ବୋଧେ ଆଉ ଦଳରେ ଆବଶ୍ୟକତା ନାହିଁ । ତେବେ ଆଗକୁ କ’ଣ ହେବ ତାହା ଦେଖିବା ବାକି ରହିଲା ।