ରାଜ୍ୟସଭା ମତଦାନ ଆରମ୍ଭ
ପ୍ରଥମେ ଭୋଟ ଦେଲେ ମୁକାଶ ମହାଲିଙ୍ଗ
ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି, ବିଧାନସଭାର ୫୪ନଂ ପ୍ରକୋଷ୍ଠରେ ଭୋଟିଂ ଚାଲିଥିବାବେଳେ ଏହା ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ ।
ପ୍ରତ୍ୟେକ ବିଧାୟକ ଜଣଙ୍କ ପରେ ଜଣେ ଭୋଟ ଦେବାର ବ୍ୟବସ୍ଥା ହୋଇଛି, ଏଥିପାଇଁ ବିଶେଷ ପ୍ରସ୍ତୁତି ମଧ୍ୟ ନିଆଯାଇଛି । ରାଜ୍ୟସଭା ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ୫ ପ୍ରାର୍ଥୀ ୪ଟି ଆସନରେ ନିଜ ଭାଗ୍ୟ ପରୀକ୍ଷା କରିବେ ।
ମତଦାନ ଆରମ୍ଭ ହେବା ମାତ୍ରେ ମୁକେଶ ମହାଲିଙ୍ଗ ପ୍ରଥମେ ଭୋଟ ଦେଇଥିବା ଜଣାପଡ଼ିଛି । ପାରାଦ୍ୱୀପରେ ଥିବା ବିଜେପି ବିଧାୟକମାନେ ବିଧାନସଭା ପହଂଚି ଭୋଟଦାନ ପ୍ରକୋଷ୍ଠକୁ ଯାଇଛନ୍ତି ।
ଅନ୍ୟପଟେ ବିଜେଡି ବିଧାୟକମାନେ ନବୀନ ନିବାସ ପହଂଚି ସେଠାରୁ ବାହାରି ବିଧାନସଭା ଭୋଟ ଦେବାକୁ ଯିବାର କାର୍ଯ୍ୟକ୍ରମ ରହିଛି ।
ଅପରାହ୍ନ ୫ଟାରେ ମତଦାନ ସରିବ ଓ ପରେ ତାହା ଗଣତି ହେବା ସୂଚନା ରହିଛି ।