ଏସିସିବି ଘଟଣା : ୧୦ମୃତକଙ୍କ ତାଲିକା
କଟକ ଏସିବି ମେଡ଼ିକାଲରେ ମଧ୍ୟରାତ୍ରିରେ ହୋଇଥିବା ଅଗ୍ନିକାଣ୍ଡରେ ୧୦ଜଣଙ୍କ ମୃତ୍ୟୁ ଘଟିଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକବ୍ୟକ୍ତ କରିଥିବାବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘଟଣାଟି ଅତ୍ୟନ୍ତ ଦୁଃଖଦାୟକ ଏବଂ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଅମର ଆତ୍ମାର ସଦଗତି କାମନା କରିବା ଏବଂ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ଗଭୀର ସମବେଦନ ଜଣାଇବା ସହ ଅଗ୍ନିକାଣ୍ଡରେ ଗୁରୁତର ଆହତ ହୋଇଥିବା ଲୋକଙ୍କ ଆଶୁ ଆରୋଗ୍ୟ କାମନା କରୁଛି ବୋଲି କହିଛନ୍ତି ।
ରାଜ୍ୟ ସମସ୍ତ ଆହତଙ୍କୁ ଉତମ ଚିକିତ୍ସା ସୁବିଧା ସୁନିଶ୍ଚିତ କରନ୍ତୁ । ଘଟଣାସ୍ଥଳରେ ପହଂଚି ସହାୟତା ଯୋଗାଇ ଦେବାକୁ କଟକ ମେୟର ଏବଂ ଟାଙ୍ଗୀ ଚୌଦ୍ୱାର ବିଧାୟକଙ୍କୁ ନିର୍ଦେଶ ଦେଇଛନ୍ତି ।
ଅନ୍ୟପକ୍ଷରେ ଅଗ୍ନକାଣ୍ଡରେ ଯେଉଁ ୧୦ଜଣଙ୍କ ମୃତୁ୍ୟ ଘଟିଛି, ସେମାନଙ୍କ ନାମ ତାଲିକା ଅନୁସାରେ ରମେଶ ଚନ୍ଦ୍ର ପରିଡ଼ା, ଦାର୍ଶୁ ମୁଣ୍ଡା, ଏମଡି ନ୍ୟୁମ୍, ଗୌରାଙ୍ଗ ଚନ୍ଦ୍ର ବାରିକ, ଶେଖ ଅବଦୁଲ ସତାର, ମଧୁସୁଦନ ଦଳାଇ, କୃଷ୍ଣଚନ୍ଦ୍ର୍ର ବିଶ୍ୱାଳ, ରବୀନ୍ଦ୍ର ଦାସ, ଚେରୁ ପରିଡ଼ା, ମେନକା ରାଉତ ବୋଲି ଜଣାପଡ଼ିଛି ।