ମୁନ୍ଦ୍ରା ବନ୍ଦରରେ ପହଂଚିଲା ‘ଶିବାଲିକ’
ଭାରତର କୂଟନୈତିକ ସଫଳତା
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁଁ ଓମାନ ଏବଂ ଇରାନ ମଧ୍ୟରେ ଥିବା ସଂକୀର୍ଣ୍ଣ ଜଳପଥ ଷ୍ଟ୍ରେଟ୍ ଅଫ ହର୍ମୁଜକୁ ଇରାନ ବନ୍ଦ କରିସାରିଛି ।
ଏଥିଯୋଗୁଁ ସେହି ଜଳପଥ ଦେଇ ମଧ୍ୟପ୍ରାଚ୍ୟର ବିିଭିନ୍ନ ଦେଶରୁ ଜାହାଜ ଦେଇ ଅଶୋଧିତ ତୈଳ, ପେଟ୍ରୋଲ ଓ ଡିଜେଲ ଏବଂ ରନ୍ଧନ ଏଲପିଜି ଗ୍ୟାସ ଆସିପାରୁନି ।
ଫଳରେ ସମଗ୍ର ବିଶ୍ୱ ଏବେ ଚିନ୍ତିତ; କିନ୍ତୁ ଏହା ଭିତରେ ଏକ ଆଶ୍ୱସ୍ତିକର ଖବର ମିଳିଛି । ଇରାନରୁ ଏଲପିଜି ଗ୍ୟାସ ସିଲିଣ୍ଡର ନେଇ ଭାରତୀୟ ପରିବହନ ଜାହାଜ ଶିବାଲିକ ମୁନ୍ଦ୍ରା ବନ୍ଦରରେ ପହଂଚିଛି । ତେବେ ଏହା କେବଳ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର କୂଟନୀତି ଯୋଗୁଁ ସମ୍ଭବପର ହୋଇପାରିଛି ।