ଦାଶରଥୀ ଗମାଙ୍ଗୋଙ୍କୁ ସୋ’ କଜ ନୋଟିସ
ସନ୍ଧ୍ୟା ୬ଟା ସୁଦ୍ଧା ଦଳୀୟ କାର୍ଯ୍ୟାଳୟରେ ହାଜର ହୁଅ
ରାଜ୍ୟସଭା ନିର୍ବାଚନକୁ ନେଇ ରାଜ୍ୟର ତିନି ପ୍ରମୁଖ ଦଳ ଶାସକ ବିଜେପି ଏବଂ ବିରୋଧୀ କଂଗ୍ରେସ ଓ ବିଜେଡି ପୂରା ଟେନସନରେ । ଆଉ ୨୪ ଘଂଟା ପରେ କ’ଣ ହେବ ।
କିଏ ଦଳ ବିରୋଧୀ କାମ କରିବନି ତ? କିଏ ବିଭୀଷଣ ସାଜି ଦଳ ଭିତରେ ଥାଇ କ୍ରସ ଭୋଟିଂ କରିଦେବେ ନି ତ ? ଏହି ଚିନ୍ତା ଏବେ ଏହି ୩ ଦଳଙ୍କୁ ଘାରିଛି ।
ତେଣେ ଦୀର୍ଘ ୩ ଦିନ ହେବ ମୋହନାର କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗୋଙ୍କ କୌଣସି ଖୋଜଖବର ନାହିଁ । କେଉଁଠି ଅଛନ୍ତି ତାହା କେହି ଜାଣି ନାହାନ୍ତି । ଫୋନ୍ କଲେ ମଧ୍ୟ ଫୋନ ଉଠାଉନାହାନ୍ତି ।
ଏହାକୁ ନେଇ ଟେନସନରେ ଜିଲା ପ୍ରଦେଶ କଂଗ୍ରେସ । ଏଣୁ ଆଜି ଜିଲା ପ୍ରଦେଶ କଂଗ୍ରେସ ପକ୍ଷରୁ ଦାଶରଥୀଙ୍କୁ ଏନେଇ ସୋ’ କଜ ନୋଟିସ ଜାରି କରାଯାଇଛି ।
ପିସିସି ଶୃଙ୍ଖଳା କମିଟି ପକ୍ଷରୁ ଏହି ନୋଟିସ ଜାରି କରାଯାଇଥିବାବେଳେ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ବ୍ୟକ୍ତିଗତ ଭାବେ ଦଳୀୟ କାର୍ଯ୍ୟାଳୟରେ ହାଜାର ହୋଇ ଏ ସଂକ୍ରାନ୍ତରେ ଉତର ରଖିବାକୁ ନିର୍ଦେଶ ଜାରି କରାଯାଇଛି ।