ଇରାନକୁ ଆରବ ଲିଗର ନିନ୍ଦା
କେବେ ସରିବ ଯୁଦ୍ଧ ?
ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହି ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତି ଦେଇଛନ୍ତି । ସେ ଏକ ଇସ୍ରାଏଲୀ ଗଣମାଧ୍ୟମ ସଂସ୍ଥା ସହିତ ଫୋନ୍ ଯୋଗେ କଥା ହୋଇ କହିଛନ୍ତି ଯେ ଇରାନ ଯୁଦ୍ଧ ଶେଷ କରିବା ବିଷୟରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ କଥା ହେବା ପରେ ହିଁ ନିଷ୍ପତି ନିଆଯିବ । ପ୍ରଶ୍ନର ଉତରରେ ଟ୍ରମ୍ପ କହିଛନ୍ତି ଯେ ଯଦି ମୁଁ ଏବଂ ନେତାନ୍ୟାହୁ ନଥାଆନ୍ତୁ, ତେବେ ଇସଲାମିକ ଗଣରାଜ୍ୟ ଇସ୍ରାଏଲକୁ ଧ୍ୱଂସ କରି ଦେଇଥାଆନ୍ତା । ଆମେ ଦୁଇଜଣଙ୍କ ଯୋଗୁଁ ଆଜି ଇସ୍ରାଏଲର ଅସ୍ତିତ୍ୱ ରହିଛି ।
ଇରାନ ଇସ୍ରାଏଲ ଏବଂ ଏହାର ଚାରିପାଖରେ ଥିବା ସମୁକିଛି ଧ୍ୱଂସ କରିବାକୁ ଯାଉଥିଲା । କିନ୍ତୁ ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିଥିଲେ । ଇରାନ ସହିତ ଯୁଦ୍ଧ ଶେଷ କରିବା ପ୍ରସଙ୍ଗରେ ଟ୍ରମ୍ପ କହିଛନ୍ତି ଯେ ଏହା ପାରସ୍ପରିକ ସହମତିରେ ହିଁ ହେବ । ମୁଁ ସଠିକ ସମୟରେ ନିଷ୍ପତି ନେବି । ଇରାନ ସହିତ ଯୁଦ୍ଧର ସମସ୍ତ ଦିଗକୁ ବିଚାର କରାଯିବ । ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ମତାମତ ମଧ୍ୟ ନିଆଯିବ । ଟ୍ରମ୍ପଙ୍କ ଏହି ଉତରରୁ, ଏହା ଅନୁମାନ କରାଯାଉଛି ।
ଇରାନ ସହିତ ଯୁଦ୍ଧ ଶେଷ କରିବା ନେଇ ଟ୍ରମ୍ପ ନିଜେ ଚୂଡ଼ାନ୍ତ ନିଷ୍ପତି ନେବେ । ଆମେରିକା ଇରାନ୍ ଉପରେ ଆକ୍ରମଣ କରିବା ପରେ ମଧ୍ୟ ଇସ୍ରାଏଲ ଯୁଦ୍ଧ ଜାରି ରଖିବ କି ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଛନ୍ତି, ମୋତେ ଲାଗୁଛି ଏହାର କୌଣସି ଆବଶ୍ୟକତା ଆଉ ରହିବ ନାହିଁ । ତେବେ ଟ୍ରମ୍ପ ଯୁଦ୍ଧ ଶେଷ କରିବା ସମୟ ସୀମା ସମ୍ପର୍କରେ କୌଣସି ଉତର ଦେଇ ନଥିଲେ । ତେବେ ଏନେଇ ହ୍ୱାଇଟ୍ ହାଉସ୍ ପ୍ରେସ ସଚିବ କାରୋଲିନ୍ ଲେଭିଟ୍ ଶୁକ୍ରବାର କହିଥିଲେ ଯେ ଏହି ଯୁଦ୍ଧ ଚାରିରୁ ଛଅ ସପ୍ତାହ ପର୍ଯ୍ୟନ୍ତ ଜାରି ରହିପାରେ ।
ଅନ୍ୟପକ୍ଷରେ ଆରବ ରାଷ୍ଟ୍ରଗୁଡ଼ିକ ଉପରେ ଇରାନର ଆକ୍ରମଣକୁ ରବିବାର ଆରବ ଲିଗ୍ ମୁଖ୍ୟ ନିନ୍ଦା କରିଛନ୍ତି । ଆରବ ଲିଗ୍ ମହାସଚିବ ଆବୌଏଲ୍ କହିଛନ୍ତି ଯେ ପଡ଼ୋଶୀ ଆରବ ଦେଶଗୁଡ଼ିକ ଉପରେ ଆକ୍ରମଣ କରି ଇରାନ ଏକ ବଡ଼ ରଣନୈତିକ ଭୁଲ୍ କରୁଛି । ତେଣୁ ଇରାନକୁ ତୁରନ୍ତ ଏହି ଆକ୍ରମଣ ବନ୍ଦ କରିବାକୁ ସେ ଚେତାବନୀ ଦେଇଛନ୍ତି । ସେ ଇରାନର ପଦେକ୍ଷପକୁ ବେପରୁଆ ବୋଲି ଅଭିିହିତ କରିଛନ୍ତି । ଆରବ ଦେଶଗୁଡ଼କ ଏହି ଯୁଦ୍ଧରେ ପକ୍ଷ ନୁହଁନ୍ତି, କିନ୍ତୁ ଇରାନ ଜବରଦସ୍ତି ସେମାନଙ୍କ ଏହି ସଂଘର୍ଷ ମଧ୍ୟକୁ ଟାଣିନେବାକୁ ଚେଷ୍ଟା କରୁଛି ।
ଇରାନର ଆକ୍ରମଣକୁ ସ୍ୱିଜରଲ୍ୟାଣ୍ଡ ମଧ୍ୟ ନିନ୍ଦ କରିବା ସହିତ ଏହା ଆନ୍ତର୍ଜାତିକ ନିୟମର ଉଲଙ୍ଘନ ବୋଲି କହିଛି । ଏପରି କି ଇରାନ ବିରୋଧରେ ସ୍ୱିଜରଲ୍ୟାଣ୍ଡ ଯୁଦ୍ଦ କରିବ ବୋଲି ପ୍ରସ୍ତାବ ଦେଇଛି । ସ୍ୱିଜରଲ୍ୟାଣ୍ଡର ଏପରି ପ୍ରସ୍ତାବକୁ ଆମେରିକା ସ୍ୱାଗତ କରିଛି ।