ରାଜନୈତିକ ସମୀକରଣ ବଦଳିବ : ବିଜୟ ମହାପାତ୍ର
ନବୀନଙ୍କ ମନମାନି ହେଲା କାଳ
ରାଜ୍ୟସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି । ଏଥିରେ ଆଶ୍ଚର୍ଯ୍ୟଜନକ ଭାବେ ଶାସକ ବିଜେପିର ମନମୋହନ ସାମଲ, ସୁଜିତ କୁମାର ଏବଂ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟ ବିଜୟୀ ହୋଇଛନ୍ତି ।
ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଲିଗାସୀ କାମ କଲାନି । ଯାାହାକୁ ପାଥେୟ କରି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନମୁଖୀ କାମ କରି ଦୀର୍ଘ ୨ ଦଶନ୍ଧିରୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ହୋଇ ରାଜ୍ୟକୁ ଶାସନ କରିଆସୁଥିଲେ ।
କିନ୍ତୁ ୨୦୨୪ ସାଧାରଣ ନିର୍ବାଚନ ପରେ ସବୁ କିଛି ଓଲଟ ପାଲଟ ହୋଇଗଲା ।
ନବୀନଙ୍କ ମନମାନିକୁ ନେଇ ଇତିମଧ୍ୟରେ ପ୍ରଭାତ ବିଶ୍ୱାଳଙ୍କ ଭଳି ବହୁ ପୁରାତନ ଟାଣୁ୍ରଆ ନେତା ଓ ଯୁବ ନେତାମାନେ ଗଭୀର ଅସନ୍ତୁଷ୍ଟ ଥିଲେ । ସେମାନେ କେବଳ ପ୍ରତିଶୋଧ ନେବାକୁ ସୁଯୋଗ ଉଣ୍ଡୁଥିଲେ ।
ରାଜ୍ୟସଭା ନିର୍ବାଚନରେ ସେମାନେ ତାଙ୍କର ଅସନ୍ତୋଷ ପ୍ରକାଶ କରିଛନ୍ତି ।
ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସେମାନେ ନବୀନ ଓ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ବିରୋଧରେ କ୍ରସ ଭୋଟିଂ କରିଛନ୍ତି ।
ଏହାର ପରିଣାମସ୍ୱରୂପ ଶାସକ ବିଜେପିର ଦୁଇ ଜଣ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର ଜିତିଥିବାବେଳେ ଦଳର ସମର୍ଥନ ପାଇ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ୁଥିବା ଦିଲୀପ ରାୟ ମଧ୍ୟ ବିଜୟୀ ହୋଇଛନ୍ତି ।
ତେବେ ଏହି ଫଳାଫଳ ଆଗକୁ ଓଡ଼ିଶା ରାଜନୀତିରେ ଏକ ନୂତନ ରାଜନୈତିକ ସମୀକରଣ କରିବ । ଏହାଯୋଗୁଁ ଆଗକୁ ଓଡ଼ିଶା ରାଜନୀତିର ଚିତ୍ରପଟ ବଦଳିବ ବୋଲି ପୂର୍ବତନ ବରିଷ୍ଠ ବିଧାୟକ ବିଜୟ ମହାପାତ୍ର କହିଛନ୍ତି ।