ଖରାଦିନେ ହେବନି ବିଦ୍ୟୁତ୍ କାଟ !
ଗ୍ରୀଷ୍ମ ଋତୁ ସମଗ୍ର ରାଜ୍ୟକୁ ଗ୍ରାସ କରି ସାରିଛି । ଦିନ ତମାମ ପ୍ରବଳ ରୌଦ୍ର୍ୟତାପ ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି । ଏଭଳି ସ୍ଥଳେ ବିଦ୍ୟୁତ୍ କାଟ ସାଧାରଣଙ୍କ ପାଇଁ ମୁଣ୍ଡବିନ୍ଧା ସାଜିଛି । ତେବେ ଏହି କ୍ଷେତ୍ରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବକ୍ତବ୍ୟ ସାଧାରଣଙ୍କୁ ଆଶ୍ୱସ୍ତ କରିଛି ।
ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଂଶୁଘାତ ମୁକାବିଲା ପାଇଁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି । ସାଧାରଣ ଲୋକମାନେ ଯେପରି ଅଂଶୁଘାତରୁ ରକ୍ଷା ପାଇପାରନ୍ତି ସେଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେଇଛି । ସେହିପରି ନିରବଚ୍ଛିନ୍ନ ବିଦ୍ୟୁତ୍ ସରବରାହ ପାଇଁ ଶକ୍ତି ବିଭାଗକୁ ନିର୍ଦେଶ ଦିଆଯାଇଛି ।
ଏନେଇ ଗୃହରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୃହରେ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ୩୦ଟି ଜିଲା, ଟ୍ୱିନ୍ ସିଟି, ୧୦ ପୌରାଂଚଳ ପାଇଁ ହିଟୱେଭ୍ ଆକ୍ସନ ପ୍ଲାନ୍ ହୋଇଛି । ଆଉ ୩୧ଟି ପୌରାଂଚଳ ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ହିଟୱେଭ ଆକ୍ସନ ପ୍ଲାନ ।
ତେବେ ରାଜ୍ୟ ଓ ଜିଲାସ୍ତରରେ ୨୪ଘଂଟିଆ କଂଟ୍ରୋଲ ରୁମ୍ ଖୋଲାଯାଇଛି । ଜାତୀୟ ବିପର୍ଯ୍ୟୟ ତାଲିକାରେ ହିଟୱେଭକୁ ସାମିଲ ପାଇଁ ସୁପାରିସ ହୋଇଛି । ରାଜସ୍ୱ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ଗୃହରେ ଲିଖିତ ଉତର ମଧ୍ୟ ରଖିଛନ୍ତ ।
ମନ୍ତ୍ରୀଙ୍କ ଏଭଳି ଆଶ୍ୱାସନକୁ ନେଇ ସାଧାରଣ ଜନତା ଆଶ୍ୱସ୍ତ ଅନୁଭବ କରିଥିବାବେଳେ ଆଗାମୀ ଦିନରେ ରାଜ୍ୟ ପ୍ରଶାସନ କେଉଁ ପ୍ରକାର ପଦକ୍ଷେପ ଗ୍ରହଣ କରୁଛି ତାହା ହିଁ ଦେଖିବାକୁ ବାକି ରହିଲା ।