ତିନିଟି କ୍ରସ ଭୋଟିଂ ହୋଇଛି : ଭକ୍ତ ଦାସ
ରାଜ୍ୟସଭା ନିର୍ବାଚନ ଚାଲି ଥିବାବେଳେ ମତଦାନ ଜାରି ରହିଛି ।
ବିଧାୟକମାନେ ଭୋଟ ଦେଉଛନ୍ତି । ବିଧାନସଭାର ୫୪ନଂ ପ୍ରକୋଷ୍ଠରେ ମତଦାନ ଚାଲିଛି । ଏଭଳିସ୍ଥଳେ ପିସିସି ସଭାପତି ଭକ୍ତ ଚରଣ ଦାସ ଏକ ଚାଂଚଳ୍ୟକର ବୟାନ ଦେଇଥିବା ଦେଖାଯାଇଛି ।
ସେ କହିଛନ୍ତି ଯେ କଂଗ୍ରେସର ୩ ବିଧାୟକ କ୍ରସ ଭୋଟିଂ କରିଛନ୍ତି । ରମେଶ ଜେନା, ସୋଫିଆ ଫିର୍ଦୋଶ ଓ ଦାଶରଥୀ ଗମାଙ୍ଗ ।
ଏହି ତିନି ବିଧାୟକଙ୍କୁ ଦଳରୁ ବହିଷ୍କାର କରାଯିବ ବୋଲି ସେ ଉଲ୍ଲେଖ କରିଛନ୍ତି । ସଭ୍ୟ ପଦ ରଦ୍ଦ ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ।
ବାଚସ୍ପତିଙ୍କୁ ଚିଠି ଲେଖି ସଭ୍ୟ ପଦ ରଦ୍ଦ ପାଇଁ ଦାବି କରିବୁ ବୋଲି ମଧ୍ୟ ଶ୍ରୀ ଦାସ କହିଛନ୍ତି । ତାଙ୍କ ନିର୍ବାଚନମଣ୍ଡଳ ଯାଇ ସମସ୍ତଙ୍କୁ କହିବୁ, ଆବଶ୍ୟକ ହେଲେ ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ଥ ହେବୁ ବୋଲି ସେ କହିଛନ୍ତି ।