କଂଗ୍ରେସରୁ ୩ ବିଧାୟକ ନିଲମ୍ବିତ
ରମେଶ, ସୋଫିଆ ଓ ଦାଶରଥୀ ବିଦା
ଗତ ୧୬ ତାରିଖରେ ରାଜ୍ୟ ବିଧାନସଭାରେ ରାଜ୍ୟସଭା ପାଇଁ ହୋଇଥିବା ଭୋଟିଂରେ ଦଳର ହ୍ୱିପ ସତ୍ୱେ ୩ ଜଣ ବିଧାୟକ କ୍ରସ ଭୋଟିଂ କରିଥିଲେ । ଏଥିପାଇଁ ସେମାନଙ୍କୁ ଦଳ ହାଇକମାଣ୍ଡଙ୍କ ନିର୍ଦେଶମତେ ଦଳରୁ ସସପେଣ୍ଡ କରାଯାଇଛି ।
ସେମାନେ ହେଲେ ଗଂଜାମ ଜିଲା ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ବାରବାଟୀ-କଟକ ବିଧାୟିକା ସୋଫିଆ-ଫିର୍ଦୋଶ ଏବଂ ମୋହନା ବିଧାୟକ ଦାଶରଥୀ ଗମାଙ୍ଗୋ ।
ଏହି ୩ ଜଣ କ୍ରସ ଭୋଟିଂ କରିବାରୁ ୪ର୍ଥ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ବିଜେଡି-କଂଗ୍ରେସ କମନ୍ ପ୍ରାର୍ଥୀ ଦତେଶ୍ୱର ହୋତାଙ୍କୁ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟ ପରାସ୍ତ କରିପାରିଛନ୍ତି ।
ଏଣୁ ଏହି ୩ ଜଣ ବିଧାୟକଙ୍କୁ ଦଳ ସସପେଣ୍ଡ କରିଛି । ସଭ୍ୟ ପଦ ରଦ୍ଦ କରିବାକୁ ଦଳ ପକ୍ଷରୁ ପ୍ରସ୍ତାବ ରଖାଯାଇଛି ।