ନାଟୋକୁ ଟ୍ରମ୍ପଙ୍କ ଭର୍ତ୍ସନା
ସହଯୋଗ କର ନଚେତ ଭୋଗିବ
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଇରାନ ତା’ର ନୂତନ ରଣନୀତି ଅନୁଯାୟୀ ଓମାନ ଏବଂ ଇରାନ ମଧ୍ୟରେ ଥିବା ଷ୍ଟ୍ରେଟ ଅଫ ହର୍ମୁଜକୁ କବ୍ଜା କରି ସାରା ବିଶ୍ୱକୁ ତୈଳ ଓ ଗ୍ୟାସ ସଂକଟରେ ପକାଇଛି ।
କିଛି ଦିନ ତଳେ ଏହାକୁ ଖୋଲିଦିଆଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୃଢ଼ୋକ୍ତି ପ୍ରକାଶ କରିଥିଲେ; କିନ୍ତୁ ଏବେ ସେ ମଧ୍ୟ ଏହା ସମ୍ଭବପର ନୁହେଁ ବୋଲି ଜାଣିସାରିଲେଣି ।
ଏଣୁ ସେ ଏଥିପାଇଁ ନାଟୋ ରାଷ୍ଟ୍ର ସମୂହଙ୍କ ଠାରୁ ସମର୍ଥନ ଲୋଡ଼ିଛନ୍ତି ।
ମାତ୍ର ନାଟୋ ଓ ଚୀନ ଏଥିପାଇଁ ଇଚ୍ଛୁକ ନୁହଁନ୍ତି ।
ତେଣୁ ସେମାନେ ଏଯାବତ ଷ୍ଟ୍ରେଟ୍ ଅଫ୍ ହର୍ମୁଜକୁ ଖୋଲିବା ପାଇଁ ଇରାନ ଉପରେ ଚାପ ପକାଇନାହାନ୍ତି ବା କୌଣସି ଯୁଦ୍ଧ ଜାହାଜ ସେଠାକୁ ପଠାଇନାହାନ୍ତି ।
ଏହାକୁୁ ନେଇ ଟ୍ରମ୍ପ କ୍ଷୁବ୍ଧ ହୋଇଛନ୍ତି । ଏଣୁ ସେ ନାଟୋ ରାଷ୍ଟ୍ର ସମୂହଙ୍କୁ ଭର୍ତ୍ସନା କରିବା ସହ ଚେତାବନୀ ଦେଇ କହିଛନ୍ତି ଯେ, ସହଯୋଗ କର ନଚେତ ଭବିଷ୍ୟତରେ ଭୋଗିବ ।
ଅନ୍ୟପଟେ ଷ୍ଟ୍ରେଟ ଅଫ ହର୍ମୁଜ ନାଟୋର ମିଶନ ନୁହେଁ ବୋଲି ନାଟୋ ସ୍ପଷ୍ଟ କରିବା ସହ ଏହି ଯୁଦ୍ଧ ଠାରୁ ନିଜକୁ ଦୂରେଇ ରଖିଛି ।