ଝାରସୁଗୁଡ଼ାରେ ଏନକାଉଂଟର
ଝାରସୁଗୁଡ଼ାରେ ପୁଲିସ ଏନକାଉଂଟର କରିଛି । ଝାରସୁଗୁଡ଼ା ରେଙ୍ଗାଲିରେ ପୁଲିସ ଏନକାଉଂଟର କରିଛି ।
ଏହି ଏନକାଉଂଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହ୍ୱାନ ପୁଲିସର ଗୁଳି ଖାଇ ଘାଇଲା ହୋଇଛି ।
ଡକାୟତି ଯୋଜନାବେଳେ ଜୟକୁ ପୁଲିସ ଗୁଳି ମାରିଛି ।
ବ୍ରଜରାଜନଗର ଗାନ୍ଧିଛକ ବାସିନ୍ଦା ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହ୍ୱାନ । ଜୟ ଡକାୟତି କରିବାକୁ ଯୋଜନା କରୁଥିବା ପୁଲିସ ଖବର ପାଇଥିଲା । ତଦନୁଯାୟୀ ରେଙ୍ଗାଲି ପୁଲିସ ଜୟକୁ କାବୁ କରିବାକୁ ଚେଷ୍ଟା କରିଥିଲା । ତେବେ ଜୟ ଆତ୍ମସମର୍ପଣ କରିବା ବଦଳରେ ପୁଲିସ ଉପରକୁ ଗୁଳି ଚଳାଇଥିଲା । ଜବାବରେ ପୁଲିସ ଏନକାଉଂଟର କରିଥିଲା ।
ଏଥିରେ ଜୟ ଗୁରୁତର ହୋଇଥିବାବେଳେ ତାକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତି କରିଛି ।
ଜୟ ନାମରେ ବିଭିନ୍ନ ଥାନାରେ ଏକାଧିକ ସଂଗୀନ ଅପରାଧିକ ମାମଲା ରହିଛି ।