ଅଳ୍ପକେ ବର୍ତିଲେ ୪୦ ଯାତ୍ରୀ
ଆଜିକାଲି ପ୍ରତିଦିନ କୌଣସି ନା କୌଣସି ସ୍ଥାନରେ ଦୁର୍ଘଟଣାଘଟି ଧନଜୀବନ ହାନୀ ହେଉଥଇବା ଦେଖାଯାଉଛି ।
କେତେବେଳେ ଗାଡ଼ି-ଗାଡ଼ି ଧକ୍କା ହେଉଛି ତ ଆଉ କେତେବେଳେ ନିଜର ଦାୟିତ୍ୱହୀନତା ଓ ଅଭିଜ୍ଞତା ନଥିବା ଚାଳକଙ୍କ ଯୋଗୁଁ ମଧ୍ୟ ଦୁର୍ଘଟଣାମାନ ଘଟୁଛି ।
ଏଭଳି ଏକ ଦୁର୍ଘଟଣା ବାଙ୍କୀ ଉପଖଣ୍ଡରେ ଘଟିଛି ।
ଏଠାରେ ମୁଖ୍ୟମନ୍ତ୍ରୀ ବସ ବୋରେ ଚାଲୁଥିବା ଏକ ସରକାରୀ ବସର ଚାଳକ ନିୟନ୍ତ୍ରଣ ହରାଇ ବସଟିକୁ ନେଇ ଗୋଟିଏ ଗଛରେ ବାଡ଼େଇ ଦେଇଛନ୍ତି ।
ବାଙ୍କୀ-ପୁଇଚିଆ ଭାୟା ବ୍ରହ୍ମପୁର ହୋଇ ଯାଉଥିବା ଏହି ସରକାରୀ ବସରେ ସେତେବେଳେ ପ୍ରାୟ ୪୦ ଜଣ ଯାତ୍ରୀ ସବାର ଥିଲେ ।
ବସଟି ଭାରସାମ୍ୟ ହରାଇ ଗୋଟିଏ ଗଛରେ ପିଟି ହୋଇଯାଇଛି ।
ତେବେ ଏହି ସମୟରେ ସେଥିରେ ସବାର ଥିବା ୪୦ ଯାତ୍ରୀଙ୍କ ମଧ୍ୟରୁ ୪ ଜଣ ଆହତ ହୋଇଛନ୍ତି ।
ସେମାନଙ୍କୁ ଚିକିତ୍ସା ନିମନ୍ତେ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଛି ।








