ସମୁଦ୍ରରେ ଛଡ଼ାଗଲା ୪୩୦୭୦ କଇଁଛ
କୋଣାର୍କ ବନ ବିଭାଗ ପକ୍ଷରୁ ଗୁରୁବାର ୪୫୮ଟି ବସାରୁ ୫୩୫୩୨ଟି ଅଣ୍ଡା ସଂଗ୍ରହ କରାଯାଇଥିବାବେଳେ ୪୩୦୭୦ ଗୋଟି ଅଲିଭ ରିଡେଲ କଇଁଛ ଶାବକକୁ ସୁରକ୍ଷିତ ଭାବେ ଚନ୍ଦ୍ରଭାଗା ସମୁଦ୍ର କୂଳରେ ଛଡ଼ା ଯାଇଥିବା ଜଣାପଡ଼ିଛି ।
କୋଣାର୍କ ବନବିଭାଗ ଅଧିନସ୍ଥ ରାମଚଣ୍ଡୀ ଫରେଷ୍ଟ ବିଟ ହାଉସର ୪୧ଟି ବସାରୁ ୪୬୯୨ଟି ଅଲିଭ ରିଡେଲ କଇଁଛ ଅଣ୍ଡା, ଚନ୍ଦ୍ରଭାଗା କଇଁଛ ସୁରକ୍ଷା କେନ୍ଦ୍ରର ୭୮ଟି ବସାରୁ ୮୭୪୪ଟି ଅଣ୍ଡା, ଦଶଧାଡ଼ିଆ କଇଁଛ ସୁରକ୍ଷା କେନ୍ଦ୍ରର ୭୨ଟି ବସାରୁ ୮୨୫୮ଟି ଅଣ୍ଡା ଓ କଅଁରପୁର କଇଁଛ ସୁରକ୍ଷା କେନ୍ଦ୍ରର ୨୬୭ଟି ବସାରୁ ୩୧୮୮୮ଟି ଅଣ୍ଡା ସଂଗ୍ରହ କରାଯାଇ ସଂରକ୍ଷିତ ରଖାଯାଇଛି ।
ସେହିପରି ରାମଚଣ୍ଡୀ, ଚନ୍ଦ୍ରଭାଗା, ଦଶଧାଡ଼ିଆ ଓ କଅଁରପୁର କଇଁଛ ସୁରକ୍ଷା କେନ୍ଦ୍ରର ୪୫୮ଟି ବସାରେଅଣ୍ଡଶରୁ ଛୁଆ ଫୁଟିଥିବା ୪୩୦୭୦ଟି ଅଲିଭ ରିଡେଲ କଇଁଛ ଶାବକକୁ ସୁରକ୍ଷିତ ଭାବେ ଚନ୍ଦ୍ର ସମୁଦ୍ରରେ ଛଡ଼ା ଯାଇଛି ବୋଲି କୋଣାର୍କ ବନାଂଚଳ ଅଧିକାରୀ ସୁଦର୍ଶନ ଦେହୁରି କହିଛନ୍ତି ।
ଏହି କାର୍ଯ୍ୟରେ ଫରେଷ୍ଟର ସବୀର ସାହୁ, କୋଣାର୍କ ଫରେଷ୍ଟର କାର୍ତିକେଶ୍ୱର ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।