କଟକ ସଦରରୁ ୫୦୦ ଗ୍ୟାସ ସିଲିଣ୍ଡର ଜବତ
ବିିଶ୍ୱସ୍ତ ସୂତ୍ରରୁ ଖବରପାଇ ଯୋଗାଣ ବିଭାଗ ଅଧିକାରୀ ଓ କର୍ମଚାରୀ ଆଜି କଟକ ଜିଲା ସଦର ଥାନା ଅଂଚଳରେ ଥିବା ଏକ ଗୋଦାମ ଘରୁ ୫୦୦ ବେଆଇନ ଗ୍ୟାସ ସିଲିଣ୍ଡର ଜବତ କରିଛନ୍ତି ।
ଏଠାରେ ଥିବା ଏକ ଗୋଦାମ ଉପରେ ଯୋଗାଣ ବିଭାଗ ଅତର୍କିତ ଚଢ଼ଉ କରିଥିଲା ।
ଏହି ଚଢ଼ଉବେଳେ ସେଠାରେ ପ୍ରାୟ ୫ଶହ ଗ୍ୟାସ ଭର୍ତି ସିଲିଣ୍ଡରକୁ ଜବତ କରାଯାଇଛି ।
ଏହି ଗ୍ୟାସ ସିଲିଣ୍ଡରଗୁଡ଼ିକୁ ଚୋରାରୋ ମହଜୁଦ ରଖି ଉଚ୍ଚା ଦରରେ ବିକ୍ରି କରୁଥିବା ନେଇ ଅଭିଯୋଗ ହେବା ପରେ ଯୋଗାଣ ବିଭାଗ ତତ୍ପରତା ଦେଖାଇ ଆଜି ଚଢ଼ଉ କରିଥିଲା ।
ଜବତ ଗ୍ୟାସ ସିଲିଣ୍ଡରକୁ କଂଟାପଡ଼ାର ଏକ ସରକାରୀ ଗ୍ୟାସ ଗୋଦାମକୁ ପଠାଯାଇଛି ।
ଏହି ଗ୍ୟାସ କଳାବଜାରୀରେ ଲିପ୍ତ ଥିବା ଈଶ୍ୱରପୁରର ଅମରେନ୍ଦ୍ର ସାହୁଙ୍କୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଛି ।