ଜଳିଗଲା ୬୦ ଦୋକାନ
ଫିରୋଜାବାଦର ଶିକୋହାବାଦ ସହରରେ ଥିବା ୧୫୦ବର୍ଷର ପୁରୁଣା ‘କାତରା ବଜାର’ ପନିପରିବା ଏବଂ କପଡ଼ା ବଜାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବାଦ୍ୱାରା ୬୦ଟି ଭଳି ଦୋକାନ ପୋଡ଼ି ନଷ୍ଟ ହୋଇଯାଇଛି ।
ଲକ୍ଷାଧିକ ସାମଗ୍ରୀ ପୋଡ଼ି ଯିବାଦ୍ୱାରା ବହୁ ପରିମାଣର କ୍ଷତି ଘଟିଛି ।
ବଜାରରେ ପାର୍କିଂ ହୋଇଥିବା ଅନେକେ ଗାଡ଼ିରେ ମଧ୍ୟ ନିଆଁ ଲାଗିଯାଇଥିବା ପରିଲକ୍ଷିତ ହୋଇଛି ।
ମିଳିଥିବା ସୂଚନା ଅନୁସାରେ ଫରୋଜାବାଦର ଶିକୋହାବାଦସ୍ଥିତ ପରିବା ହାଟରେ ଗତକାଲି ବିଳମ୍ବିତ ରାତିରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିଲା ।
ଅଳ୍ପ ସମୟ ମଧ୍ୟରେ ଅଗ୍ନିକାଣ୍ଡ ଭୟାନକ ରୂପ ଧାରଣ କରିଥିଲା । ଯାହାଦ୍ୱାରା ୬୦ଟି ଭଳି ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି । ଦୋକାନଗୁଡ଼ିକ ପୋଡ଼ି ପାଉଁଶ ହୋଇଯିବାଦ୍ୱାରା ବହୁ ଟଙ୍କା ମୂଲ୍ୟର ସାମଗ୍ରୀ କ୍ଷତି ଘଟିଛି ।
ପରେ ଖବର ପାଇ ପୁଲିସ ଓ ଦମକଳ ବିଭାଗ ଦଳ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ ।
ତିନିଘଂଟା ଚେଷ୍ଟା ପରେ ନିଆଁକୁ ଲିଭାଇବାରେ ଅଗ୍ନିଶବ ବାହିନୀ ସଫଳ ହୋଇଥିଲା । ଏହି ଅଗ୍ନିକାଣ୍ଡ କେଉଁ କାରଣରୁ ଘଟିଛି ସେ ବିଷୟରେ ପୁଲିସ ସମ୍ପୂର୍ଣ୍ଣ କାରଣ ଜାଣିପାରି ନାହିଁ ।
ସମ୍ଭବତଃ ଗ୍ୟାସ ସିଲିଣ୍ଡର କିମ୍ବା ସର୍ଟ ସର୍କିଟ ଯୋଗୁଁ ଏହା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ପୁଲିସର ବିଶେଷ ଦଳ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।