ନଦୀରେ ବୁଡ଼ି ୮ ମୃତ
କର୍ଣ୍ଣାଟକର ଉତର କନ୍ନଡ ଜିଲାର ଥାଟ୍ଟେ ହକ୍କାଲୁ ନଦୀରେ ବୁଡ଼ି ରବିବାର ୮ଜଣଙ୍କ ମୃତ୍ୟୁ ଘଟିଛି ।
ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ମୃତକଙ୍କ ମଧ୍ୟରେ ୭ଜଣ ମହିଳା ଥିଲେ । ଘଟଣାଟି ଭଟକାଲ ନିକଟରେ ଘଟିଛି ।
ଦୁର୍ଘଟଣା ପରେ ସ୍ଥାନୀୟ ଅଧିକାରୀ ଏବଂ ଜରୁରୀକାଳୀନ ଦଳ ଏକ ବଡ଼ ଧରଣର ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।
ଅଧିକାରୀମାନେ କହିଛନ୍ତି ଯେ ନଦୀରେ ଗାଧୋଇବା ସମୟରେପ୍ରବଳ ସ୍ରୋତରେ ଅନେକ ଲୋକ ଭାସି ଯାଇଛନ୍ତି । ଉଦ୍ଧାରକାରୀ ଦଳ ନିରନ୍ତର ଭାବେ ସେମାନଙ୍କର କାର୍ଯ୍ୟ ଜାରି ରଖିଛନ୍ତି । କାରଣ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି ।