୨୦୨୫-୨୬ର ଜିଡିପି ଅଭିବୃଦ୍ଧି ୭.୭%
କେନ୍ଦ୍ର ସରକାର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ତଥ୍ୟ ଜାରି କରିଛନ୍ତି ।
ଗତ ଆର୍ଥିକ ବର୍ଷ ୨୦୨୬-୨୭ରେ ବାସ୍ତବ ଅଭିବୃଦ୍ଧି ୭.୭ ପ୍ରତିଶତ ରହିଛି । ଜିଡିିପିର ମୂଲ୍ୟ ୩୨୩.୧୨ ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଛି ।
୨୦୨୪-୨୫ରେ ତାହା ୨୯୯.୮୯ ଲକ୍ଷ କୋଟି ଟଙ୍କା ଥିଲା । ୨୦୨୪-୨୫ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ୭.୧ ପ୍ରତିଶତ ଥିଲା । ୨୦୨୫-୨୬ର ଗ୍ରସ ଭ୍ୟାଲୁ ଆଡେଡ (ଜିଭିଏ) ତଥ୍ୟ ଅନୁସାରେ କୃଷି, ପଶୁ, ସମ୍ପଦ, ଜଙ୍ଗଲ ଓ ମତ୍ସ୍ୟଚାଷ କ୍ଷେତ୍ରରେ ଅଭିବୃଦ୍ଧି ୧୮% ରହିଛି ।
ସେହିପରି ଖଣି ଓ କ୍ୱାରି ଅଭିବୃଦ୍ଧି ୨ ପ୍ରତିଶତ, ମ୍ୟାନୁଫ୍ୟାକଚରିଂ ୧୭ ପ୍ରତିଶତ, ବିଦ୍ୟୁତ, ଗ୍ୟାସ, ଜଳଯୋଗାଣ ଓ ୟୁଟିଲିଟି ୨ ପ୍ରତିଶତ, ନିର୍ମାଣ ୯ ପ୍ରତିଶତ, ହୋଟେଲ, ବାଣିଜ୍ୟ, ପରିବହନ, ଯୋଗାଯୋଗ ଓ ସେବା ଅଭିବୃଦ୍ଧି ୧୪ ପ୍ରତିଶତ, ଆର୍ଥିକ ସେବା, ରିଅଲ ଇଷ୍ଟେଟ, ସୂଚନା ପ୍ରଯୁକ୍ତି ଓ ପ୍ରଫେସନାଲ ସେବା ଅଭିବୃଦ୍ଧି ୨୬ ପ୍ରତିଶତ ଏବଂ ସାଧାରଣ ପ୍ରଶାସନ, ପ୍ରତିରକ୍ଷା ଓ ଅନ୍ୟାନ୍ୟ ସେବା ଅଭିବୃଦ୍ଧି ୧୨ ପ୍ରତିଶତ ରହିଛି ।