ମେୟର ପଦରୁ ଇସ୍ତଫା ଦେଲେ ଫିରହାଦ
ଜଣକ ପରେ ଜଣେ ନେତା ମନ୍ତ୍ରୀ ଦଳରୁ ବାହାରି ଯାଉଥିବାବେଳେ ଶୁକ୍ରବାର ପୂର୍ବତନ ମନ୍ତ୍ରୀ ଫିରହାଦ ହାକିମ କଲକାତା ମେୟର ପଦରୁ ଇସ୍ତଫା ଦେଇଛନ୍ତି ।
ଶୁକ୍ରବାର ଅପରାହ୍ନରେ ସେ କଲକାତା ପୌରସଭାରେ ପହଂଚି ସାମ୍ବାଦିକ ସମ୍ମିଳନୀ କରି ମେ ମେୟର ପଦରୁ ଇସ୍ତଫା ଦେଉଛନ୍ତି ବୋଲି ଘୋଷଣା କରିଥିଲେ । ଫିରହାଦ କହିଥିଲେ ଯେ ‘ଚୌକିର ମର୍ଯ୍ୟାଦା ରଖିପାରୁ ନଥିଲି’ ତେଣୁ ଏହି ଆକ୍ଷେପରେ ଏଭଳି ସିଦ୍ଧାନ୍ତ ଗ୍ରହଣ କରିଛି ।
ସୂଚନାଯୋଗ୍ୟ ଯେ ୨୦୧୮ ମସିହା ଡିସେମ୍ବର ୩ ତାରିଖରେ ପ୍ରଥମ ଥର ପାଇଁ ଫିରହାଦ ହାକିମ କଲକାତା ମେୟର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ କରିବା ପରେ ଫିରହାଦ ହାକିମ କଲକାତା ପୌରସଭାର ଚେୟାରପର୍ସନ ମାଲା ରାୟଙ୍କ କକ୍ଷକୁ ଯାଇ ନିଜ ପଦତ୍ୟାଗ ପତ୍ର ଜମା ଦେଇଥିଲେ ।
ଏପରିକି ତିନିଜଣ ବରୋ ଚେୟାରମ୍ୟାନ ପରେ ମହାନାଗରିକ ପଦରୁ ସେ ଇସ୍ତଫା ଦେଇଥିଲେ । ପରେ ଏହି ପୌରସଭା କିଭଳି ଚାଲିବ ବୋଲି ସାମ୍ବାଦିକମାନେ ପୌର କମିସନର ସ୍ମିତା ପାଣ୍ଡେଙ୍କୁ ପ୍ରଶ୍ନ କରିବାରୁ ସେ କହିଥିଲେ ଯେ ‘ପୁରା ପ୍ରସ୍ତୁତ’ ।
ଇସ୍ତଫା ଦେବା କାରଣ ସମ୍ପର୍କରେ ଫିରହାଦ ନିଜକୁ କହିଥିଲେ ଯେ ‘ନିଧିରାମ ସର୍ଦାର’ ସହ ତୁଳନା କରିଥିଲେ । ସେ ଆହୁରି କହିଥିଲେ ଯେ ମେୟର ହିସାବରେ ଦାୟିତ୍ୱ ପାଳନ ସମୟରେ ମହାନଗରୀବାସୀଙ୍କ ସେବା କରିବା ବିଷୟଟି ଅତ୍ୟନ୍ତ ଗର୍ବ ଓ ସମ୍ମାନର ବିଷୟ । ଯାହାକୁ ପାଳନ କରିବାରେ ସର୍ବଦା ଚେଷ୍ଟା କରିଛି ।